କଂଗ୍ରେସ ଦଳର ବରିଷ୍ଠ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ଘରେ ବିଜୟ ପଟ୍ଟନାୟକ, ମନଭଞ୍ଜନ ପାଇଁ କଲେ ଉଦ୍ୟମ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପିସିସି କମିଟି ଗଠନ ପୂର୍ବରୁ ଚିରଞ୍ଜିବଙ୍କୁ ମାନସ ମନ୍ଥନ ପାଇଁ ଉଦ୍ୟମ।  କଂଗ୍ରେସ ଦଳର ବରିଷ୍ଠ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କ ଘରେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ନୂତନ ଭାବରେ କଂଗ୍ରେସ ଦଳରେ ଯୋଗ ଦେଇଥିବା ବିଜୟ ପଟ୍ଟନାୟକ। ଦୀର୍ଘ ସମୟ ଧରି କଂଗ୍ରେସ ସଂଗଠନ ନେଇ ଆଲୋଚନା କରିଥିଲେ ବିଜୟ। ଦୀର୍ଘ ଦିନ ହେବ କଂଗ୍ରେସ ଠାରୁ ଦୁରେଇ ଅଛନ୍ତି ଚିରଞ୍ଜିବଙ୍କ ମାନଭଂଜନ ପାଇଁ କରିଥିଲେ ଉଦ୍ୟମ। ସେପଟେ ଆଲୋଚନା ପରେ ପ୍ରତିକ୍ରିୟା ରଖି ଚିରଞ୍ଜିବ ବିଶ୍ୱାଳ କହିଛନ୍ତି ଦଳ ପରିବର୍ତନ କରିବାର ଆଲୋଚନା ଦୀର୍ଘଦିନରୁ ହେଉଛି, କିନ୍ତୁ ମୁଁ କଂଗ୍ରେସ ରେ ଅଛି।

କଂଗ୍ରେସ ଭବନରେ ବସିଲେ ଭୋଟ ହେବନି, ନିଜ ଏରିଆ ଭୁଲି ଲୋକଙ୍କ ସହ ମିଶିବାକୁ ପଡିବ। ଯାହା ମୁଁ କରୁଛି। 9 ରୁ 90 ମିଶନ ପାଇଁ ତୃଣମୂଳ ସ୍ତରରୁ ସଂଗଠନ ସୁଦୃଢ କରିବା ଦରକାର।କଂଗ୍ରେସ ଦଳ ସୁଦୃଢ ଅଛି କି ନାହିଁ ପ୍ରଶ୍ନରେ ସେ କଥା ସାମ୍ବାଦିକମାନେ ଜାଣିଥିବେ ବୋଲି କହିଲେ ଚିରଞ୍ଜିବ। ଆଗକୁ ରଣନୀତି କେମିତି ହେବ ଲଢେଇ କେମିତି ହେବ ସେ ନେଇ ଚିରଞ୍ଜୀବଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ବିଜୟ ପଟନାୟକ।

Leave A Reply

Your email address will not be published.