ନୂଆଦିଲ୍ଲୀରୁ ବିପର୍ଯ୍ୟୟ ପରିଚାଳନା ପାଇଁ ପାଇଥିବା ପୁରସ୍କାର ନେଇ ଓଡିଶା ଫେରିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌‌ଡମା)କୁ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୩’ ରେ ପୁରସ୍କୃତ ହେବା ପରେ ପୁରସ୍କାର ନେଇ ଭୁବନେଶ୍ୱର ଫେରିଲେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ।  ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ପକ୍ଷରୁ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ।  ସେ ପୁରସ୍କାର ପାଇବର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। OSDMA ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଯେପରି ଭଲ କାମ କରିଛି, ସେଥିପାଇଁ ସାରା ଭାରତରେ ପ୍ରଶଂସିତ ହୋଇଛି।

ଏଥିସହ ସେ ଓଡ଼ିଶାର ବିପର୍ଯୟ ପରିଚାଳନାକୁ ନେଇ ବିରୋଧୀଙ୍କ ରାଜନୀତିର କଡା ଜବାବ ବି କହିଛନ୍ତି ଯେ ବିରୋଧୀ ତ କହିବେ।  ନ କହିଲେ କିଏ ଶୁଣିବ। ମିଛ ଶତ ନକହିଲେ କିଏ ସେମାନଙ୍କୁ ଶୁଣିବେ। ନିଜ ଦଳକୁ ବଞ୍ଚାଇବା ପାଇଁ ଓ ମୁହଁ ଲୁଚାଇବାକୁ କଥା କୁହନ୍ତି। ବିରୋଧୀଙ୍କୁ ସବୁ ଦେଖାଯାଏ। ହେଲେ ସେ ଦେଖିକି ବି ଆଖି ବୁଝି ଦିଅନ୍ତି କାରଣ ନବୀନ ପଟ୍ଟନାୟକ ଓ ବିଜେଡି ସରକାରଙ୍କ ପ୍ରଶଂସା ସେମାନେ ସହି ପାରନ୍ତି ନାହିଁ।

Leave A Reply

Your email address will not be published.