ଲଗାଣ ବର୍ଷାରେ ଉବୁଟୁବୁ ମାୟାନଗରୀ ମୁମ୍ବାଇ

0

ଓଡ଼ିଆ ନ୍ୟୁଜ୍: ଲଗାଣ ବର୍ଷାରେ ଉବୁଟୁବୁ ମାୟାନଗରୀ ମୁମ୍ବାଇ।ଦ୍ବିତୀୟ ଦିନରେ ବି ହାଇଆଲର୍ଟରେ ମୁମ୍ବାଇ ସହର। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି, ଗମନାଗମନ ଠପ୍। ତଳିଆ ଅଞ୍ଚଳରେ ଲୋକେ ନାହିଁ ନଥିବା ହଇରାଣ।ବର୍ଷା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।ଭାସୁଛି ସହର, ବୁଡିଛି ରାଜଧାନୀ । ଯମୁନା ନଦୀର ଜଳରେ ହନ୍ତସନ୍ତ ରାଜଧାନୀବାସୀ । ଦିଲ୍ଲୀରେ ଲୋକଙ୍କୁ ଦୁଃଖ ଦେଉଛି ଯମୁନା ନଦୀର ଜଳ । ନଦୀ ଫୁଲିବା କାରଣରୁ ଯମୁନା ନଦୀର ଜଳ ଯମୁନା ବଜାର ଅଞ୍ଚଳରେ ପଶିଛି ।

ଯାହା ଫଳରେ ନାହିଁ ନଥିବା ଦୁର୍ଦ୍ଦଶା ଦେଖିବାକୁ ମିଳିଛି । ଘରେ ପାଣି ପଶିଛି, ଦୋକାନ ବଜାରରେ ପାଣି ପଶିଛି । ରାସ୍ତାଘାଟରେ ପାଣି ଛିଡା ହୋଇଥିବାରୁ ଲୋକେ ଛାତ ଉପରୁ ପାଚେରୀକୁ ପଟା ପକାଇ ଯିବା ଆସିବା କରୁଛନ୍ତି । ତେବେ ଜଳବନ୍ଦୀ ଅଞ୍ଚଳରେ ପହଞ୍ଚିଛନ୍ତି ମୁଖ୍ଯମନ୍ତ୍ରୀ ରେଖା ଗୁପ୍ତା । ପାଣିରେ ପଶି ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଖାଦ୍ୟ, ପାନୀୟ ଏବଂ ଔଷଧ ଦିଆଯାଉଥିବା କହିଛନ୍ତି ।

Leave A Reply

Your email address will not be published.