୫ ବର୍ଷରେ ହେମନ୍ତଙ୍କ ବୟସ ବଢ଼ିଛି ୭ ବର୍ଷ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେତ ଆସନରୁ ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ସତ୍ୟପାଠରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ଗତ ୫ ବର୍ଷରେ ହେମନ୍ତ ସୋରେନଙ୍କ ବୟସ ବଢ଼ିଛି ୭ ବର୍ଷ। ହେମନ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟ୍ ବା ସତ୍ୟପାଠ ଅନୁଯାୟୀ ତାଙ୍କ ବୟସ ପାଞ୍ଚ ବର୍ଷ ମଧ୍ୟରେ ସାତ ବର୍ଷ ବୃଦ୍ଧି ପାଇଛି।

୨୦୧୯ରେ, ହେମନ୍ତଙ୍କ ବୟସକୁ ତାଙ୍କ ନାମାଙ୍କନ ପତ୍ରରେ ୪୨ବର୍ଷ ବୋଲି ଉଲ୍ଲେଖ କରାଯାଇଥିଲା, କିନ୍ତୁ ଏହି ବୟସ ୪୯ ବର୍ଷ ବୋଲି ସତ୍ୟପାଠରେ ଉଲ୍ଲେଖ ହୋଇଛି। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିବାଦ । ବର୍ତ୍ତମାନ ହେମନ୍ତଙ୍କ ବୟସକୁ ନେଇ ଏକ ବିବାଦ ଦେଖାଦେଇଛି ଏବଂ ଏହାକୁ ନେଇ ପ୍ରଶ୍ନ ଉଠିଛି। ଆସାମ ମୁଖ୍ୟମନ୍ତୀ ତଥା ଝାଡ଼ଖଣ୍ଡ ବିଜେପି ସହ- ପ୍ରଭାରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଏପରି ଭୁଲ୍‌ ତଥ୍ୟ ଦେବା ସତ୍ତ୍ୱେ ହେମନ୍ତ ସୋରେନଙ୍କ ନାମାଙ୍କନ ରଦ୍ଦ ହେବା ଉଚିତ ନୁହେଁ।

କାରଣ ଭୋଟର ଏହାର ଉଚିତ ଜବାବ ଦେବେ ଓ ତାଙ୍କୁ ହରାଇଦେବେ। ବିଜେପି ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମରାଣ୍ଡି କହିଛନ୍ତି, ହେମନ୍ତ ସୋରେନ ସବୁବେଳେ ତ୍ରୁଟିପୂର୍ଣ୍ଣ ତଥ୍ୟ ସତ୍ୟପାଠରେ ଦାଖଲ କରିଥାନ୍ତି। ଏନେଇ ଆମେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛୁ।

 

Comments are closed.