ମହାନଦୀକୁ ଡେଇଁଲେ ହାଇସ୍କୁଲ ଛାତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାନଦୀକୁ ଡେଇଁପଡ଼ିଲେ ହାଇସ୍କୁଲ ଛାତ୍ରୀ । ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁପଡ଼ିଲେ ଜଣେ ନବମ ଶ୍ରେଣୀ ଛାତ୍ରୀ । ବ୍ରିଜ ଉପରେ ସାଇକେଲ ରଖି ଛାତ୍ରୀଜଣଙ୍କ ଡେଇଁପଡିଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ । ଛାତ୍ରୀଙ୍କ ନାଁ କାଜଲ ବୋଲି ଜଣାପଡ଼ିଛି। କାଜଲଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ତେବେ ସୂଚନା ମୁତାବକ, ଆଜି ଶନିବାର ସକାଳୁଆ ସ୍କୁଲ ଥିବାରୁ କାଜଲ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ମାତ୍ର ସେ ଚାଉଁରପୁର ବ୍ରିଜ ନିକଟରେ  ଏହାପରେ ସେ ସାଇକେଲ ରଖି ବ୍ରିଜ ବାଡ଼ା ନିକଟକୁ ଯାଇଥିଲେ। ଏହାଦେଖି ମଣ୍ଣିଂୱାକ୍‌ କରୁଥିବା କିଛି ଲୋକ ପାଟି କରିଥିଲେ। ସେମାନେ ପହଞ୍ଚିବା ପୂର୍ବରୁ ଆଖି ପିଛୁଳାକେ ଛାତ୍ରୀଜଣକ ପାଣିକୁ ଡେଇଁ ପଡ଼ିଥିଲେ। ଖବର ପାଇ ଉଦ୍ଧାର ପାଇଁ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଜାରି ରଖିଥିବା ବେଳେ ଛାତ୍ରୀଙ୍କ ପତ୍ତା ମିଳି ପାରିନି। ଖବର ପାଇ କାଜଲଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ପୂର୍ବରୁ ସବୁ କିଛି ଠିକ୍‌ ଥିବା ବେଳେ ଝିଅ କ’ଣ ପାଇଁ ଏପରି ପଦକ୍ଷେପ ନେଲା ତାହା ସେମାନେ ଜାଣି ପାରୁ ନାହାନ୍ତି। ତେବେ ଝିଅ ଡେଇଁ ପଡ଼ିବା ଖବର ଶୁଣି ତାଙ୍କ ମା’, ଭଉଣୀଙ୍କ ଛାତିଫଟା କାନ୍ଦ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।   ଏବେ ହୀରାକୁଦର ୬ଟି ଗେଟ୍‌ ଖୋଲାଥିବା ବେଳେ ମହାନଦୀରେ ୯୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏପରି ସ୍ଥିତିରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

Comments are closed.