ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ଆସନ୍ତା ଜାନୁଆରୀ ମାସ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ଏହି ବିଶ୍ୱସ୍ତରୀୟ ଇଭେଣ୍ଟର ସମସ୍ତ ମ୍ୟାଚ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ । ତେଣୁ ବିଶ୍ୱକପକୁ ଦୃଷ୍ଟିରେ ରଖି ଟ୍ରାଫିକ ପରିଚାଳନା ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ଏକ ଭଲ ଖବର ଆସିଛି । ଭୁବନେଶ୍ୱରରୁ ରାଉରକେଲାକୁ ଯିବା ପାଇଁ ହକି ଟିମମାନଙ୍କୁ ବିମାନ ସେବା ଯୋଗାଇ ଦିଆଯିବ । ଜାନୁଆରୀ ମାସରୁ ରାଉରକେଲାରେ ମୋ ବସ ସେବା ଆରମ୍ଭ ହେବ ।
ମ୍ୟାଚ ସମୟରେ ଦର୍ଶକଙ୍କୁ ମୋ ବସରେ ମାଗଣା ଯାତ୍ରା କରିବାର ସୁଯୋଗ ଦିଆଯିବ ବୋଲି ଜଣପଡ଼ିଛି । ଉଭୟ ରାଉରକେଲା ଓ ଭୁବନେଶ୍ୱରରେ ଏହା ଲାଗୁ ହେବ । ଏଥିସହିତ ଜାନୁଆରୀ ମାସ ୧୧ ତାରିଖରେ କଟକରେ ହକି ବିଶ୍ୱକର ଉତ୍ସବ ପାଳନ କରାଯିବ । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ହକି ଉତ୍ସବ ପାଳନ କରାଯିବ ବୋଲି କୁହାଯାଇଛି ।