ଓଡ଼ିଆ ନ୍ୟୁଜ୍: ଜୁଲାଇ 1ରେ ଯାଜପୁରରେ ଖୋଲିବ ହୋଟେଲ।ଡାଇରିଆ କବଳରେ ଥିବା ଯାଜପୁର ଜିଲାର ସ୍ଥିତି ବର୍ତ୍ତମାନ ଧିରେ ଧିରେ ସୁଧୁରିଛି। ଜିଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ବଢ଼ି ସ୍ଥିତି ଗମ୍ଭୀର ହେବା ଫଳରେ କେନ୍ଦ୍ର, ରାଜ୍ୟ ଓ ଜିଲା ପ୍ରଶାସନର ତତ୍ପରତା ଫଳରେ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ୨୭ ତାରିଖ ଅପରାହ୍ନରେ ଜିଲାରେ ମୋଟ୍ ୮୦ଜଣ ରୋଗୀ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟାକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ସେଥି ମଧ୍ୟରୁ ଧର୍ମଶାଳା ଗୋଷ୍ଠୀ କେନ୍ଦ୍ରରେ ୮ଜଣ ରୋଗୀ ଚିକିତ୍ସିତ ହେଉଥିବା ଖବର ମିଳିଥିଲା।
ସେହିପରି ଆଜି ସକାଳୁ ମଧ୍ୟ ଜଣେ ନୂଆ ରୋଗୀଙ୍କୁ ମିଶାଇ ଧର୍ମଶାଳା ଗୋଷ୍ଠୀ କେନ୍ଦ୍ରରେ ୮ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସବୁଠାରୁ ବଡ଼ କଥା ଡାଇରିଆରେ ସ୍ଥିତି ସାଙ୍ଘାତିକ ହେବା ଦେଖି ଜିଲା ପ୍ରଶାସନ ଓ ସ୍ଥାନୀୟ ତହସିଲ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଥିବା ଢାବା, ହୋଟେଲ, ଜଳଖିଆ ଦୋକାନ, ମାଛ ଭଳି ବିଭିନ୍ନ ଦୋକାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।