ସାଲିଆ ସାହିରେ ବୁଲିଲା ବୁଲଡୋଜୋର

0

ଓଡ଼ିଆ ନ୍ୟୁଜ୍: ଆରମ୍ଭ ହେଲା ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ।ବିଏମ୍‌ସି ଓ ବିଡିଏ ମିଳିତ ଟିମ୍ ପକ୍ଷରୁ ସାଲିଆ ସାହିରେ ଉଚ୍ଛେଦ।ଏକାମ୍ର କାନନରୁ ଅନ୍ଧାରୁଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦ।୨୪ ତାରିଖ ଯାଏଁ ପାଖାପାଖି ୫୧୭ ଘର ଉଚ୍ଛେଦ କରିବ ମିଳିତ ଟିମ୍।ଘଟଣାସ୍ଥଳରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।ଜେସିବି ଆଗରେ ଧାରଣା ଦେଇ ବସ୍ତିବାସିନ୍ଦାଙ୍କ ବିରୋଧ କରିଥିଲେ ବସ୍ତିବାସିନ୍ଦା।

ସୂଚନା ଅନୁଯାୟୀ ସକାଳ ପ୍ରାୟ ୯ଟା । ସ୍ଥାନ ଭୁବନେଶ୍ବର ସାଲିଆ ସାହି । ଜେସିବି ଏବଂ ପୁଲିସ ଫୋର୍ସ ସହ ଆସି ପହଞ୍ଚିଥିଲେ ବିଏମ୍‌ସି, ବିଡିଏ ଅଧିକାରୀ । ତୁରନ୍ତ ଘର ଖାଲି କରିବାକୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା ହେଲା । ଆଉ ତା ପରେ ଆରମ୍ଭ ହୋଇଗଲା ଉଚ୍ଛେଦ । ନିମିଷକେ ମାଟିରେ ମିଶିଲା ବେଆଇନ ନିର୍ମାଣ । ସବୁଠୁ ବଡ଼ କଥା ହେଉଛି ଘର ବଞ୍ଚାଇବା ଲାଗି ନିଜ ଜୀବନକୁ ଖାତିର ନକରି ଜେସିବି ଆଗରେ ଶୋଇ ପଡ଼ିଥିଲେ ଲୋକେ । ସେହିପରି ଆଉ ଏକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା, ଘର ଉଚ୍ଛେଦ ବେଳେ ଆଉ ଜଣେ ବସ୍ତି ବାସିନ୍ଦା କୋର୍ଟ ପେପର ଧରି ଘର ନଭାଙ୍ଗିବାକୁ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ । ଏହାରି ଭିତରେ ପୁଲିସ ଓ ବସ୍ତିବାସିନ୍ଦାଙ୍କ ମଧ୍ୟରେ ହୋଇଥିଲା ଖଣ୍ଡଯୁଦ୍ଧ । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ୩୦ ଜଣଙ୍କୁ ଉଠାଇ ନେଇଛି ପୁଲିସ ।

Leave A Reply

Your email address will not be published.