ଆଜି କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ଆଜିର ରାଶିଫଳ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ହେଉଛି ଗୁରୁବାର, ଜୁନ ୮ ତାରିଖ । ତେବେ ଆସନ୍ତୁ ଜାଣିବା, ଆଜି ଦିନଟି କିପରି କଟିବ,

ମେଷ : ପାରିବାରିକ ଶାନ୍ତି ଏବଂ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଏବଂ ସନ୍ତାନସନ୍ତତିଙ୍କ ବୈବାହିକ କର୍ମର ଆୟୋଜନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ସୁଫଳ ପାଇବେ ।

ବୃଷ: ଷଷ୍ଠ ଚନ୍ଦ୍ର ଯୋଗୁ ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଏବଂ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ପରୋପକାର, ସମାଜସେବା ଏବଂ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କୌଣସି ଶୁଭକର୍ମର ଆୟୋଜନ କରିବେ କିମ୍ବା କୌଣସି ଶୁଭକର୍ମରେ ଯୋଗଦେବେ । କର୍ମରେ ସଫଳତା, ସମ୍ମାନ ଏବଂ ସହକର୍ମୀଙ୍କ ସହାୟତା ପ୍ରାପ୍ତ କରିବେ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ଉପକୃତ ହେବେ ।

ମିଥୁନ: ସବୁଦିନ ସମାନ ଯାଏନି କିମ୍ୱା ମାନବ ଜୀବନ ଏକ ଗୋଲାପର ଶଯ୍ୟା ନୁହେଁ । ଆଜି ଦିନଟିରେ ଆପଣ ନିଜର କ୍ରୋଧକୁ ଆଦୌ ସମ୍ୱରଣ କରିପାରିବେ ନାହିଁ । ଆଜି ଆପଣଙ୍କର ଚେତନା ଶକ୍ତି ଏବଂ ଇଚ୍ଛାକୁ ନିଜ ଆୟତ୍ତରେ ନ ରଖିଲେ ଅପଦସ୍ତ ହୋଇପାରନ୍ତି । କୌଣସି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ପର୍ଯ୍ୟଟନ ଏବଂ ଅଜଣା ବ୍ୟକ୍ତିଙ୍କଠାରୁ ଦୁରେଇ ରୁହନ୍ତୁ । ଡାକ୍ତରୀ ପରୀକ୍ଷା ପାଇଁ ଦିନଟି ଶୁଭ ନୁହେଁ । କୌଣସି ଯୁକ୍ତିତର୍କ କିମ୍ୱା ଝଗଡା କରିବା ବର୍ଜନ କରନ୍ତୁ । ରୋଜଗାରର ପନ୍ଥା ନ ଥିବାରୁ ଆର୍ଥିକ ଅନାଟନ ଘଟିପାରେ । ଏହା ଆପଣଙ୍କୁ ହତୋତ୍ସାହିତ କରିପାରେ । ନିଜର କ୍ରୋଧ ସମ୍ୱରଣ କରନ୍ତୁ । ଖର୍ଚ୍ଚ ପ୍ରତି ସତର୍କତା ଅବଲମ୍ୱନ କରିବା ଉଚିତ୍‍ । ଜଣେ ହୋଟେଲର କର୍ମଚାରୀ ଖାଦ୍ୟ ପରଶିବା ପାଇଁ ବିଲମ୍ୱ କରିବାରୁ ଆପଣ କ୍ରୋଧିତ ହୋଇ ପାରନ୍ତି । ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ , ଯାହା ପାଇଁ ଆପଣ ପରେ ଅନୁତାପ କରିବେ । ଧ୍ୟାନ କିମ୍ୱା ସଙ୍ଗୀତ ଶ୍ରବଣରେ ଆପଣଙ୍କ ହିଂସ୍ର ସ୍ନାୟୁ ସୁସ୍ଥ ଅବସ୍ଥାକୁ ଫେରିପାରନ୍ତି ।

କର୍କଟ: ଦିନଟି ସବୁ ଦୃଷ୍ଟିରୁ ଶୁଭଫଳ ପ୍ରଦାୟକ ଅଟେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ମୌଜ ମଜଲିସ କରିବେ । କିଛି ଜିନିଷ କିଣାକିଣି କରିବାରେ ଆନନ୍ଦ ପାଇପାରନ୍ତି । ଆପଣ ବହୁ ଦୂରରୁ ଆସିଥିବା ଜଣେ ଭିନ୍ନ ସଂମ୍ପ୍ରଦାୟର ବ୍ୟକ୍ତିଙ୍କ ସାକ୍ଷାତ ପାଇ ଉଲ୍ଲସିତ ହେବେ । ଏହି ସାକ୍ଷାତକାର ଭବିଷ୍ୟତରେ ଉପକାରୀ ହୋଇପାରେ । କାର୍ଯ୍ୟରେ ଓ ବ୍ୟବସାୟରେ ସଫଳ ହେବେ। ଏଥିରେ ଆପଣଙ୍କର ଅର୍ଥଲାଭ ହୋଇପାରେ । ଆପଣ ସମ୍ମାନିତ ଏବଂ ପ୍ରଶଂସିତ ହୋଇପାରନ୍ତି । ଆପଣଙ୍କର ଏହି ଆତ୍ମସନ୍ତୋଷ ପାଇଁ ସୁସ୍ୱାଦ ଖାଦ୍ୟ ସେବନ କରିପାରନ୍ତି କିମ୍ୱା ସୃଜନକ୍ଷମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶରୀର ସୁସ୍ଥ ରହିବ । ଗୋଟିଏ ନୂଆ ଚାରିଚକିଆ ଯାନ କ୍ରୟ କରିପାରନ୍ତି ।

ସିଂହ: ଆଜି ଦିନଟି ମଧ୍ୟମ ଫଳ ପ୍ରଦାୟକ ହୋଇପାରେ । ପରିବାରରେ ଶାନ୍ତ ପରିବେଶ ପରିଲକ୍ଷିତ ହୋଇପାରେ। କାର୍ଯ୍ୟରେ ଆପଣଙ୍କ ସହକର୍ମୀ ବନ୍ଧୁଙ୍କ ଠାରୁ ସହଯୋଗ ଲାଭ କରିବେ । ନିୟମିତ ଗୃହ କାର୍ଯ୍ୟ ସମାପନରେ କିଛି ବାଧା ଉପୁଜିପାରେ । ମାମୁଙ୍କ ଘରୁ କୌଣସି ଅପ୍ରୀତିକର ସମ୍ୱାଦ କିମ୍ୱା ନିଜ କାର୍ଯ୍ୟରେ ଶତ୍ରୁଙ୍କ ହସ୍ତକ୍ଷେପ ଯୋଗୁଁ ଆପଣ ବିଚଳିତ ହୋଇପାରନ୍ତି । କୌଣସି କଥାରେ ଆଗ୍ରହୀ ହେବେ ନାହିଁ । ଉପରିସ୍ଥ କର୍ମଚାରୀଙ୍କ ସଙ୍ଗେ କାର୍ଯ୍ୟସ୍ଥଳରେ କିମ୍ୱା ଘରେ ଗୁରୁଜନଙ୍କ ସାମନା ସାମନି ହୁଅନ୍ତୁ ନାହିଁ । ସମସ୍ତ ଜିନିଷକୁ ସର୍ତ୍ତଶୂନ୍ୟ ଭାବେ ଗ୍ରହଣ କରନ୍ତୁ ଏବଂ ଚେଷ୍ଟା ଜାରି ରଖନ୍ତୁ ।

କନ୍ୟା: ଆଜି ଦିନରେ ଆପଣ ନିଜର ସନ୍ତାନ ଓ ପ୍ରିୟଜନଙ୍କ ଚିନ୍ତାରେ ବିଚଳିତ ହୋଇପାରନ୍ତି । ଏଥିପାଇଁ ଆପଣଙ୍କ ମାନସିକ ଶାନ୍ତି ବ୍ୟାହତ ହେବ । ଅପଣଙ୍କ ପାକସ୍ଥଳୀ ଏବଂ କଲିଜା ଜନିତ ଶାରୀରିକ ଅସୁସ୍ଥତା ମଧ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇପାରେ । ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଆପଣ ଏହାର ସମାଧାନର ବାଟ ଖୋଜିପାରନ୍ତି । ଏଥିପାଇଁ ଆପଣ ବ୍ୟାୟାମ ସମ୍ପର୍କିତ କାର୍ଯ୍ୟ, ନିଜର ସ୍ୱାସ୍ଥ୍ୟ ଏବଂ ସୃଜନକ୍ଷମ କାର୍ଯ୍ୟକୁ ପଛକୁ ପକାଇ ପାରନ୍ତି । ଜଣେ ଅନ୍ତରଙ୍ଗ ବନ୍ଧୁ ଓ ପ୍ରିୟଜନଙ୍କ ସାକ୍ଷାତକାର ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିପାରେ ଏବଂ ଆପଣଙ୍କ ଉଲ୍ଲାସ ପାଇଁ ଏହା ଶ୍ରେଷ୍ଠ ଔଷଧ ହୋଇପାରେ । ଏହା ଫଳରେ ଆଜିର ସବୁ ଦୁଃଖକୁ ଆପଣ ଭୁଲିଯାଇ ପାରନ୍ତି । କୌଣସି ଗୁରୁତ୍ୱ ପୁର୍ଣ୍ଣ ଆଲୋଚନାରେ ନିବ୍ରୁତ୍ତ ରୁହନ୍ତୁ । ଅର୍ଥଲଗାଣ କାରୀ ସଂସ୍ଥାରେ ନିଜ ପୁଞ୍ଜି ଆଦୌ ବିନିଯୋଗ କରନ୍ତୁ ନାହିଁ ।

ତୁଳା: କୌଣସି କାରଣରୁ ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ ନାହିଁ । ତେଣୁ ଅନ୍ୟ ଦିନ ତୁଳନାରେ ଆଜି ଆପଣଙ୍କର ମାନସିକ ଉତ୍ତେଜନା ବୃଦ୍ଧି ପାଇପାରେ । ଆପଣଙ୍କ ମାଆ କିମ୍ୱା ଅନ୍ୟ ଜଣେ ବିଖ୍ୟାତ ମହିଳାଙ୍କ ସହ ମନର ଅମେଳ ଏହି ଦ୍ୱନ୍ଦର କାରଣ ହୋଇପାରନ୍ତି । ଗଣେଶଙ୍କ ମତ ଅନୁସାରେ ନିଜକୁ ଧ୍ୟାନ ଓ ବ୍ୟାୟାମ ପରି କାର୍ଯ୍ୟରେ ଲିପ୍ତ ରଖିଲେ ମାନସିକ ଶାନ୍ତି ଫେରି ପାଇପାରନ୍ତି । ଜଳ ଠାରୁ ନିଜର ଦୁରତା ରକ୍ଷା କରନ୍ତୁ ଏବଂ ପହଁରା ଶିଖିବାକୁ ଯାଉଥିଲେ ଆଜି ଯାଆନ୍ତୁ ନାହିଁ । ଆଜି ବିଶ୍ରାମ ନିଅନ୍ତୁ । ନିଜର ଯାତ୍ରାକୁ ସ୍ଥଗିତ ରଖନ୍ତୁ । ନିଜର ସମ୍ପର୍କୀୟ କାଗଜ ପତ୍ର କରିବାରେ ସତର୍କତା ଅବଲମ୍ୱନ କରନ୍ତୁ ।

ବିଛା: ଏକ ଉଲ୍ଲେଖନୀୟ କାର୍ଯ୍ୟର ସଫଳତା ପରେ ଗୃହ ପ୍ରତ୍ୟାବର୍ତ୍ତନ ଏକ ଶୁଭ ସୂଚନା ଅଟେ । ବନ୍ଧୁ ଗହଣରେ ଏବଂ ପରିବାର ସଦସ୍ୟଙ୍କ ସହ ହସ ଖୁସିରେ ସମୟ କାଟିବା ପାଇଁ ଆପଣ ଉତ୍କଣ୍ଠିତ ଚିତରେ ଘରକୁ ଫେରିବେ । ମୌଜ ମଜଲିସ କରିବା ପାଇଁ ଏପରି ଦିନ ଆଉ ଆସି ନ ପାରେ । ଆଜି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ , ସେହି କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ଏଥିପାଇଁ ଆପଣଙ୍କ ମନ ପ୍ରଫୁଲ୍ଲିତ ହୋଇପାରେ । ସମ୍ପର୍କୀୟଙ୍କ ଠାରୁ ସ୍ନେହ ଶ୍ରଦ୍ଧା ଓ ସହାୟତା ମିଳିପାରେ । ଏକ ଛୋଟ କାଟିଆ ପରିଭ୍ରମଣ କରି ମୌଜ ମଜଲିସ କରିପାରନ୍ତି । ଅର୍ଥ ଉପାର୍ଜନ, ପୁଞ୍ଜିଲଗାଣ ଏବଂ ବୃତ୍ତି ପାଇଁ ଆଜି ଏକ ସୌଭାଗ୍ୟଶାଳୀ ଦିନ ଅଟେ । ଆପଣଙ୍କର ସହକର୍ମୀ ଏବଂ ପ୍ରିୟଜନଙ୍କ ସହ ମିଶି ଆପଣ ଆମୋଦ ପ୍ରମୋଦରେ ସମୟ କାଟି ପାରନ୍ତି ।

ଧନୁ: ଆଜି ଦିନଟିରେ କୌଣସି କାର୍ଯ୍ୟ ଆପେ ଆପେ ହେବ ନାହିଁ । ଆପଣଙ୍କ ସହଯୋଗୀ କିମ୍ୱା ଘନିଷ୍ଠ ସମ୍ପର୍କୀୟଙ୍କ ନିର୍ଦ୍ଦେଶରେ କୌଣସି ଦଣ୍ଡନୀୟ ଅପରାଧ ଯୁକ୍ତ କାମ ପାଇ ଯାଆନ୍ତୁ ନାହିଁ । ଏହା କଲେ ଆଜି ଦିନଟି ଆପଣଙ୍କର ଅଶାନ୍ତିରେ କଟିପାରେ । ଆପଣଙ୍କ ଉଦ୍ୟମ ଓ ଅର୍ଥ ସଙ୍ଗତିର ସବୁ କ୍ଷେତ୍ରରେ ଆବଶ୍ୟକତା ଥିବା ଯୋଗୁଁ ଆପଣ କ୍ଳାନ୍ତି ଅନୁଭବ କରିପାରନ୍ତି । ଆପଣଙ୍କ ପରିବାରର ଜଣେ ସଦସ୍ୟ ଆପଣଙ୍କୁ ସହଯୋଗ କରିବାକୁ ମନା କରିପାରନ୍ତି । ସେଥିପାଇଁ ଆପଣ ନିଜର କ୍ରୋଧ ପ୍ରକାଶ କରନ୍ତୁ ନାହିଁ । ସେମାନେ ଯାହା କରିବାକୁ ଚାହୁଁଛନ୍ତି , ତାଙ୍କୁ କରିବାକୁ ଦିଅନ୍ତୁ । ଆପଣଙ୍କର ଦୃଢ ଇଚ୍ଛାଶକ୍ତି କୌଣସି ଏକ ସିଦ୍ଧାନ୍ତ ନେବାକୁ ବାଧା ଦେଇପାରେ । ବ୍ୟସ୍ତ ହୁଅନ୍ତୁ ନାହିଁ , ଏହା ଆପଣଙ୍କ ପାଇଁ ଶୁଭ ଏବଂ ବାକିଥିବା ସିଦ୍ଧାନ୍ତକୁ ବିଳମ୍ବ କରିବା ପାଇଁ ପ୍ରବର୍ତ୍ତାଇବ । ସମୟର ଗତି ସଙ୍ଗେ ତାଳ ଦେଇ ଚାଲନ୍ତୁ । ଦୂର ବିଦେଶରେ ରହୁଥିବା ବନ୍ଧୁମାନଙ୍କ ସହ ଯୋଗାଯୋଗ ମଙ୍ଗଳଦାୟକ ହେବ ।

ମକର: ଆଜି ସାମାଜିକ, ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟବସାୟୀ ତଥା କର୍ମଚାରୀ ମାନେ ଉନ୍ନତି କରିବେ । ହାତକୁ ନେଇଥିବା କାର୍ଯ୍ୟଗୁଡିକ ଭଲ ଫଳ ପ୍ରଦାନ କରିବ । ପ୍ରତିଷ୍ଠା ବଢିବ । ପଦୋନ୍ନତି ହୋଇପାରେ । ସାଙ୍ଗ ମାନଙ୍କ ସହ ଖୁସିରେ ସମୟ ବିତିବ । ଘରେ ମନ ଖୁସି ଓ ମୌଜ ରହିବେ । ଦୁର୍ଘଟଣା ହୋଇପାରେ ।

କୁମ୍ଭ: ଆଜି ଦିନଟି ଆପଣ ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦେବେ । ଆପଣ ଏହା ଉପରେ ସୁନିଶ୍ଚିତ ରୂପେ ଜୋର ଦେଇ କାର୍ଯ୍ୟ ନ କଲେ ନିଜେ କଷ୍ଟ ଭୋଗିବେ । ଖର୍ଚ୍ଚ କମାଇବାକୁ କହିବା ଅର୍ଥ ଏହା ଯେ ଆପଣ ଆପଣଙ୍କର ଅର୍ଥ ଉପାର୍ଜନର ପ୍ରକୃଷ୍ଟ ପନ୍ଥା ନିର୍ଦ୍ଧାରଣ କରିବା ଏବଂ ଉପାର୍ଜିତ ଅର୍ଥକୁ ଠିକ୍‍ ଭାବରେ ବିନିଯୋଗ କରିବା । ରୋଜଗାର କୁ ଚାହିଁ ନିଜର ଚାହିଦାକୁ ସୀମିତ କରି ଖର୍ଚ୍ଚ କରିବା ବୁଦ୍ଧିମାନର କାର୍ଯ୍ୟ ଅଟେ । ଧାର କରଜ କରନ୍ତୁ ନାହିଁ । ଧାର କରଜ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ପଡନ୍ତୁ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଆର୍ଥିକ ସ୍ଥିତି ପ୍ରତି ସଜାଗ ରୁହନ୍ତୁ ଏବଂ ମାନସିକ ଶାନ୍ତି ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ: ଗ୍ରହଙ୍କର ଉଜ୍ଜଳ ଜ୍ୟୋତିର ପ୍ରଭାବରେ ଆପଣଙ୍କ ନିଜର ବନ୍ଧୁ , ସମକକ୍ଷ ବ୍ୟକ୍ତି ଏବଂ ପ୍ରିୟଜନଙ୍କର ପ୍ରିୟଭାଜନ ହୋଇପାରିବେ । ସମ୍ପର୍କୀୟ ପ୍ରିୟଜନମାନେ ଆପଣଙ୍କ ପାଇଁ ହିତକାରୀ ଓ ଫଳଦାୟକ ସାବ୍ୟସ୍ତ ହେବେ । ଆପଣଙ୍କ ପିଛା ସେମାନେ ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି। ନୂତନ ବନ୍ଧୁତ୍ୱ ଓ ସନ୍ଧି ସ୍ଥାପନ କରିପାରନ୍ତି ଯାହାକି ଆପଣଙ୍କୁ ଭବିଷ୍ୟତରେ ଉପକାରି ହୋଇପାରେ । ଆପଣ ନିଜର ଅବସର ସମୟରେ ଏକ ପରିଭ୍ରମଣ ଯୋଜନା କରିପାରନ୍ତି । ଆପଣଙ୍କ ପରିବାରର ସଦସ୍ୟଠାରୁ , ଦୂର ବିଦେଶରୁ କିମ୍ୱା ଆପଣଙ୍କ କାର୍ଯ୍ୟାଳୟରୁ ଶୁଭ ଖବର ପାଇ ଉଲ୍ଲସିତ ହୋଇପାରନ୍ତି । ପରୋପକାରୀ କାର୍ଯ୍ୟରେ ମନୋନିବେଶ କରିବା ପାଇଁ ଉତ୍ସାହିତ ହୋଇପାରନ୍ତି ।

Leave A Reply

Your email address will not be published.