କିପରି ଦୁର୍ଗା ମା’ଙ୍କର ଆଶୀର୍ବାଦ ପ୍ରାପ୍ତ କରିବେ ?

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର:  ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହୋଇଥାନ୍ତି । ତେବେ ଏହି ସମୟରେ କିଛି ଜିନିଷ ଘରକୁ ଆଣିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ ମା’ଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।

ନବରାତ୍ରୀର ପ୍ରଥମ ଦିନରେ ମା’ ଦୁର୍ଗାଙ୍କ ମୂର୍ତ୍ତି କିଣିପାରିବେ। ଏହି ମୂର୍ତ୍ତିକୁ ପୂଜା ଘରେ ସ୍ଥାପନା କରି ପୂଜାର୍ଚ୍ଚନା କରିବା ଦ୍ବାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବା ସହିତ ଜୀବନ ସୁଖମୟ ହୋଇଥାଏ। ନବରାତ୍ରୀର ୯ଦିନ ମଧ୍ୟରେ ମା’ ଦୁର୍ଗାଙ୍କ ଚରଣ ଚିହ୍ନ ଆଣି ପୂଜାସ୍ଥଳରେ ସ୍ଥାପନ କରିବା ଉଚିତ। ଅନେକ ଜଣ ମା’ ଦୁର୍ଗାଙ୍କ ଚରଣ ଚିହ୍ନ ଆଣି ଘର ଅଗଣାରେ ସ୍ଥାପନ କରିଥାନ୍ତି। ଏଭଳି କରିବା ଉଚିତ ନୁହେଁ। ଅନ୍ୟମାନଙ୍କ ପାଦ ଏଥିରେ ସ୍ପର୍ଶ କରିବା ଉଚିତ ନୁହେଁ।

ତେଣୁ କେବଳ ପୂଜାସ୍ଥଳରେ ହିଁ ମା’ ଦୁର୍ଗାଙ୍କ ପଦଚିହ୍ନକୁ ସ୍ଥାପନା କରନ୍ତୁ।ନବରାତ୍ରୀର ପୂଜା କଳସ ସ୍ଥାପନାରୁ ଆରମ୍ଭ ହୋଇଥାଏ। କଳସ ହେଉଛି ଶୁଭର ପ୍ରତୀକ। ତେଣୁ ମାଟି, ପିତ୍ତଳ, ରୁପା କିମ୍ବା ସୁନାର କଳସ କିଣି ଘରକୁ ଆଣନ୍ତୁ।

ମା’ ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ନବରାତ୍ରୀରେ ମା’ଙ୍କର ଧ୍ବଜା ବା ପତାକା ଆଣି ଘରର ଛାତ ଉପରେ ଲଗାଇବା ଶୁଭ ହୋଇଥାଏ।
ନବରାତ୍ରୀରେ ମା’ଙ୍କ ନାମ ଜପ କରିବା ପାଇଁ ରକ୍ତ ଚନ୍ଦନର ମାଳା ଘରକୁ ଆଣିବା ବହୁତ ଶୁଭ ହୋଇଥାଏ।
ନବରାତ୍ରୀ ପୂଜାରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲାଲ୍‌ ରଙ୍ଗର ଓଢ଼ଣୀ ବା ଶାଢ଼ି ଅର୍ପଣ କରାଯାଏ। ତେଣୁ ଏହି ନବରାତ୍ରୀରେ ଲାଲ୍‌, ହଳଦିଆ କିମ୍ବା ଗୋଲାପି ରଙ୍ଗର ଶାଢ଼ି ବା ଓଢ଼ଣୀ ଆଣି ମା’ଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ମା’ଙ୍କ ଆଶୀର୍ବାଦରୁ ସବୁ ବାଧାବିଘ୍ନ ଦୂର ହୋଇଥାଏ। ନବରାତ୍ରୀରେ ଛୋଟ ତ୍ରିଶୂଳଟିଏ ଆଣି ପୂଜାଘରେ ସ୍ଥାପନା କରି ପୂଜାର୍ଚ୍ଚନା କରିବା ଦ୍ବାରା ମା’ ଦୁର୍ଗାଙ୍କ କୃପା ପ୍ରାପ୍ତ ହୋଇଥାଏ। କାରଣ ତ୍ରିଶୂଳ ହେଉଛି ଶକ୍ତିର ପ୍ରତୀକ।

Leave A Reply

Your email address will not be published.