କିପରି ଦୂର କରିବେ ଡାର୍କ ସର୍କଲ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ ): ବ୍ୟସ୍ତବହୁଳ ସମୟ ମଧ୍ୟରେ ଲୋକଙ୍କର ଖାଇବା ପିଇବା ବିଲକୁଲ ଠିକ ରହୁନି। ଯେଉଁଥିରେ ସୁନ୍ଦରତା ମଧ୍ୟ ଚାଲିଯାଉଛି । ଏହାଏବେ ଏକ ମୁଖ୍ୟ ସମସ୍ୟା ପାଲଟିଛି। ନିଦ ପୂରା ନ ହେବା, ମାନସିକ ଚିନ୍ତା, ବେଶୀ ସମୟ ଖରାରେ ବୁଲିବା, ଆଖିକୁ ହାଲିଆ ଲାଗୁଥିବା ଭଳି କାମ କରିବା, ଖାଦ୍ୟପେୟରେ ପୋଷକର ଅଭାବ ଯୋଗୁଁ ଆଖି ତଳେ କଳା ଦାଗ ହୋଇଥାଏ।

 ଏମିତି କିଛି ଘରୋଇ ଟିପ୍ସ ଅଛି, ଯାହାଦ୍ବାରା ଆପଣ ଆପଣଙ୍କ ଏହି ଡାର୍କ ସର୍କଲରୁ ରକ୍ଷା କରିପାରିବେ।

-ଟମାଟୋ ଏପରି ଏକ ଚମତ୍କାରୀ ଜିନିଷ ଯାହା ଆପଣଙ୍କ ତ୍ବଚାକୁ କେବଳ କୋମଳ କରେନି ଆପଣଙ୍କ ଆଖିକୁ ମଧ୍ୟ କଳାଦାଗରୁ ରକ୍ଷା କରିଥାଏ। ଆପଣ ଏକ ଟମାଟୋର ଜୁସ ନିଅନ୍ତୁ। ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାଇ ଏକ ସୁନ୍ଦର ପେଷ୍ଟ ବନାନ୍ତୁ। ଏହାପରେ ଏହି ପେଷ୍ଟକୁ ଆଖି ତଳେ ଲଗାନ୍ତୁ। ଏହି ପେଷ୍ଟକୁ ଲଗାଇବାପରେ ୧୦ ମିନିଟ ରଖିବାକୁ ଦିଅନ୍ତୁ। ଏହାକୁ ଦିନରେ ଦୁଇ ଥର ଲଗାଇବାକୁ ଚେଷ୍ଟା କରନ୍ତୁ। ଦେଖିବେ ଏଥିରେ ଆପଣଙ୍କ ଆଖିର କଳାଦାଗ ବହୁ ମାତ୍ରାରେ କମିଯିବ।

-କାକୁଡ଼ିକୁ ତଳା ପତଳା କାଟି ଫ୍ରିଜରେ  ରଖିବେ । ଏହା ଥଣ୍ଡା ହେବା ପରେ, ବାହାର କରି ଆଖି ଉରେ ୧୫ ରୁ ୨୦ ମିନିଟ ଯାଏ ରଖିବେ । ତା ପରେ ଏହାକୁ ବାହାର କରିବେ । ଏପରି କରିବା ଦ୍ୱାରା, ଏହା ଡ଼ାର୍କ ସର୍କଲ ସମସ୍ୟାକୁ କମ କରିବାରେ ସାହା୍ୟ କରେ ।
-ପୁଦିନା ପତ୍ରକୁ ଷ୍ଟେ କରି ସେଥିରେ ପାଣି ମିଶାଇ, ଏକ ତୁଳା ସାହାଯ୍ୟରେ ଡ଼ାର୍କ ସର୍କଲ ପଡ଼ିଥିବା ସ୍ଥାନରେ ଲଗାଇ,୧୦ ରୁ ୧୫ ମିନିଟ ଯାଏ ରଖିବେ । ତାରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ସଫା କରିବେ । କିନ୍ତୁ ମନେ ରଖିବେ ଯେପରି ଏହା ଆଖି ଭିତରକୁ ନଯାଏ ।
-କମଳାରସରେ ଗ୍ଲିସେରିନ ମିଶାଇ ଡ଼ାର୍କ ସର୍କଲ ପଡ଼ିଥିବା ସ୍ଥାନରେ ଲଗାଇବେ । କିଛି ସମୟ ପରେ ଏହାକୁ ଧୋଇ ସଫା କରିବେ ।
-ଡ଼ାର୍କ ସର୍କଲ ପଡ଼ୁଥିଲେ, ପ୍ରତିଦିନ ରାତିରେ ସେ ସ୍ଥାନରେ ବାଦାମ ତେଲ ଲଗାଇ, ହାଲକା ମସାଜ କରି ଶୋଇବେ । ସକାଳୁ ମୁହଁକୁ ଧୋଇ ସଫା କରିବେ ।
-ଫି୍ରଜରେ ରଖା ହୋଇଥିବା ଗ୍ରୀନ-ଟି ବ୍ୟାଗକୁ ଆଖି ଉପରେ କିଛି ସମୟ ରଖିବେ । ଏହା ଦ୍ୱାରା ଆଖିର ଡାର୍କ ସର୍କ ଅନେକାଂଶରେ ଚାଲିଯାଇଥାଏ ।

Leave A Reply

Your email address will not be published.