ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କେ. ବରିଡା ପଂଚାୟତର ଵି. ନୁଆଁପଲ୍ଲୀ ଗ୍ରାମରେ ନିଜ ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗ ରେ ସ୍ୱାମୀ ଜେଲ ଗଲା । ଏହି ଗ୍ରାମର ପ୍ରଶାନ୍ତ ଦାସ ବେରୁହାଁବାଡ଼ି ଗ୍ରାମର ଲକ୍ଷ୍ମଣ ଦାସ ଙ୍କ ଝିଅ କର୍ପୁର କୁ ବୈବାହିକ ରୀତିରେ ବିବାହ କରିଥିଲେ।
ମଙ୍ଗଳବାର ଦିନ ପ୍ରଶାନ୍ତଙ୍କ ଘରେ କର୍ପୁର ମୃତ୍ୟୁ ବରଣ କରିଥିଲା । ଏ ବିଷୟରେ ପ୍ରଶାନ୍ତ ପୋଲିସକୁ ଖବର ଦେଇଥିଲା। କର୍ପୁର ଙ୍କ ମା ଲାବାନ୍ୟ କର୍ପୁର ଙ୍କୁ ମାରିଦେଇଥିବା ଥାନା ରେ ଅଭିଯୋଗ କରିଥିଲେ।
ପୋଲିସ ଘଟଣା ସ୍ଥଳରେ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ପ୍ରଶାନ୍ତକୁ ଗିରଫ କରି ବୁଧବାର ଅପରାହ୍ନ 3 ଘଣ୍ଟ ସମୟରେ ବେଗୁନିଆପଡା ଥାନା କେଶ ନମ୍ବର 262/2024 ରେ ମାମଲା ୠଜୁକରି କୋର୍ଟ ଚଲାଣ କରିବା ସହ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି ।