ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାରିନଙ୍ଗଳ ପୂର୍ବତନ ସେବା ସମବାୟ ସମିତି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଶୈଳେନ୍ଦ୍ର ନାରାୟଣ ସାମଲ୍ ଙ୍କ ପରଲୋକ।ବାଲିଚନ୍ଦ୍ରପୁର ବଡଚଣା ବ୍ଲକ୍ ଅନ୍ତର୍ଗତ ଚାରିନଙ୍ଗଳ ପଂଚାୟତ ର ବାହାଦୁର ନଗର ଗ୍ରାମର ବିଶିଷ୍ଟ ଜନ ସେବି, ଚାରିନଙ୍ଗଲ ସେବା ସମବାୟ ସମିତିର ପ୍ରକ୍ତନ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଶୈଳେନ୍ଦ୍ର ନାରାୟଣ ସାମଲ ଙ୍କର ୭୩ ବର୍ଷ ବୟସ ରେ କଟକ ସି ଡି ଏ ସ୍ଥିତ ଆରୋଗ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ପରଲୋକ ହୋଇଯାଇଛି। ଆଜି ସକାଳ ୯ ଘଟିକା ସମୟରେ ନିଜ ଜନ୍ମଭୂମି ବାହାଦୁର ନଗର ମରଶରୀର ଅଭିମୁଖେ ଆସୁଥିବା ବେଳେ ବାଳିଚନ୍ଦ୍ରପୁର ବାଇପାସ୍ ଛକ ଠାରୁ ତାଙ୍କର ବହୁ ଗୁଣଗ୍ରାହୀ ସାଧାରଣ ଜନତା ଓ ବହୁବିଶିଷ୍ଟ ବ୍ୟକ୍ତି ତାଙ୍କ ମରଶରୀର ରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶେଷ ଦର୍ଶନ କରିଥିଲେ। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ବାଲିଚନ୍ଦ୍ରପୁର ଶାଖା ପକ୍ଷରୁ ଶାଖା ପରିଚାଳକ ଓ କର୍ମଚାରୀ ଗଣ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ।
ଏହାପରେ ଏକ ବିରାଟ ପଟୁଆରରେ ବାଲିଚନ୍ଦ୍ରପୁର ବଜାର ପରିକ୍ରମା କରାଯାଇଥିଲା । ପତରାଜପୂର୍ ପରମାଣିକ ସାହିଠାରେ ସଂପୃକ୍ତ ପଞ୍ଚାୟତର ନେତୃଗଣ, ଆମ୍ବ ସୌରି ଠାରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ଚରିନଙ୍ଗଳ ଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ଓ ସାଧାରଣ ଲୋକ ଉପସ୍ଥିତ ରହି ମରଶରୀର ପୁଷ୍ପଗୁଚ୍ଛ ଅର୍ପଣ କରି ଶେଷ ବିଦାୟ ଜଣାଇଥିଲେ। ନିଜ ଗ୍ରାମ ବାହାଦୁର ନଗର ଠାରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶରେ ଶହ ଶହ ସଂଖ୍ୟା ରେ ଗ୍ରାମବାସୀ ଓ ଶୁଭେଚ୍ଛୁ ଓ ଆବାଳ ବୃଦ୍ଧ ବନିତା ଯୋଗଦେଇ ସ୍ବର୍ଗତ ସାମଲ ଙ୍କ ପ୍ରତି ଶେଷ ଶ୍ରଦ୍ଧା ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଗଭୀର ଶୋକ ପ୍ରକାଶ କରି ସ୍ବର୍ଗତ ସାମଲ ଙ୍କୁ ଜଣେ ସମର୍ପିତ ଜନସେବି ଥିଲେ ବୋଲି ପ୍ରକାଶ କରି ସୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି।
ତାଙ୍କ ବିୟୋଗରେ କଂଗ୍ରେସ ନେତା ତଥା ବିଧାନ ସଭା ପ୍ରାର୍ଥୀ ଅଜୟ କୁମାର ସମଲ, ବଡଚଣା ବି ଜେ ଡି ନେତା କ୍ୟାପଟେନ ରଜନରାୟନ୍ ମହାପାତ୍ର, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ମାନଭଞ୍ଜନ ରାଉତରାୟ, ପ୍ରାକ୍ତନ ସରପଂଚ ବିଳାସ ଚଂଦ୍ର ବାରିକ୍, ସାମ୍ବାଦିକ ଏକାଦଶୀ ସେଠୀ, କିରଣ କୁମର ଶତପଥୀ, ନଳୀ ପୁର ସରପଂଚ ଶେଖ୍ ଅବଦୁଲ ଗନି, ଆଇନଜୀବୀ ଶ୍ରିବନ୍ତ କୁମର ଜେନା, ରବୀନ୍ଦ୍ର କୁମାର ରାଉତରାୟ, ଚାରୀନଙ୍ଗଲ ପ୍ରାକ୍ତନ ସରପଂଚ ଶେଖ୍ ରିୟସତ୍ ଅଲ୍ଲୀ, ଉତ୍କଳ କେଶରୀ ସାମଲ ,ଯଶୋଦିପ୍ତ ସାମଲ ,ସରୋଜ କୁମାର ସାମଲ, ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଫକୀର ବଳ, ବସନ୍ତ ସମାଲ, ଦିଲ୍ଲୀପ କୁମାର ସାମଲ, କାର୍ତ୍ତିକ ଚଂଦ୍ର ସେଠୀ, ପତରାଜ ପୁର ସମିତିସଭ୍ୟ କୁଳମଣି ବାରିକ,ଚାରିନଙ୍ଗଲା ସେଭାସମବୟ ସମିତି ସଭାପତି ପ୍ରତାପ ନାୟକ, ପ୍ରାକ୍ତନ ଯୁବ କଂଗ୍ରେସ ସଭାପତି ବିଶ୍ୱପ୍ରକାସ୍ ସାମଲ, ଶିବପ୍ରସାଦ ସାମଲ, ସାମ୍ବାଦିକ ଭକ୍ତ ଚରଣ ସାହୁ, ପ୍ରଦୀପ ପୃଷ୍ଟି, ଆଲୋକ୍ ପ୍ରଧାନ, ବିରେନ୍ଦ୍ର କୁମର ନାୟକ, ଭରତ ରାଉତ, ଅଶୋକ କୁମାର ରାଉତ, ଅଶୋକ ବେହେରା, ଶେଖ୍ ମସଜିଦ, ସମାଜସେବୀ ଅମରେନ୍ଦ୍ର ସିଂ, ପ୍ରାକ୍ତନ ରାଜ୍ଯ ଯୁବ କଂଗ୍ରେସ ସଂପାଦକ ସୁଡିପ ସାମଲ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ବେହେରାନିରଞ୍ଜନ ବିଶ୍ବାଳ, ପୂର୍ବତନ ସରପଂଚ ଶୈଳେନ୍ଦ୍ର ନାରାୟଣ ଦେଓ ଓ ବହୁ ବିଶିଷ୍ଟ ବ୍ୟକ୍ତି ଗଭିର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ତାଙ୍କ ନିଜ ଶ୍ମଶାନରେ ଅନ୍ତ୍ୟେଷ୍ଟି କ୍ରିୟା ଅନୁଷ୍ଠିତ ହୋଇଥିଲା।ତାଙ୍କର ସାନପୁଅ ସମର୍ପିତ ସାମଲ ମୂଖାଗ୍ନି ଦେଇଥିଲେ ।।