ସରଣ୍ଡା ଜଙ୍ଗଲରେ IED ବିସ୍ଫୋରଣ, ୨ ଯବାନ ଗୁରୁତର

0

ଓଡ଼ିଆ ନ୍ୟୁଜ୍ : ସରଣ୍ଡା ଚାଦ୍ରିଡେରା ଜଙ୍ଗଲରେ IED ବିସ୍ଫୋରଣ। ଶକ୍ତିଶାଳୀ ବିସ୍ଫୋରଣରେ ୨ କୋବ୍ରା ଯବାନ ଗୁରୁତର।ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ୍ ବେଳେ ଅଘଟଣ।ରାଞ୍ଚିକୁ ଏୟାରଲିଫ୍ଟ ହେଲେ ଜଣେ ଗୁରୁତର ଯବାନ।

ଖବର ଅନୁଯାୟୀ, ଛୋଟା ନାଗରା ଥାନା ଅନ୍ତର୍ଗତ ଚଡରୀ ଡେରା ଗାଁ ନିକଟରେ ପୋଲିସ ଏବଂ ସିଆରପିଏଫ୍ ର ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ଯବାନମାନେ ଆଇଇଡି ସଂସ୍ପର୍ଶରେ ଆସିଯାଇଥିଲେ । ଗୁରୁତର ଯବାନ ଦୁହିଁଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି। ଦୁଇ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଚାଇବସା ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଜଙ୍ଗଲ ଭିତରକୁ ନଯିବା ପାଇଁ ଅନୁରୋଧ କରାଯାଇଛି। ଯଦି କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା କାର୍ଯ୍ୟକଳାପ ନଜରକୁ ଆସେ, ତେବେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି।

Leave A Reply

Your email address will not be published.