୪-୫ଜଣ ବାବୁ ଆସି ଦେଖିଦେଇଗଲେ ମେଟ୍ରୋ ହୋଇଯାଏନି: ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ଚାଲିବାର ସ୍ୱପ୍ନ ଦେଖାଇଥିଲେ ରାଜ୍ୟ ସରକାର । ଏହାକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ୪-୫ଜଣ ବାବୁ ଆସି ଦେଖିଦେଇଗଲେ ମେଟ୍ରୋ ହୋଇଯାଏନି । ମାଟିର ଅନୁଧ୍ୟାନ କଲେ କଣ ମେଟ୍ରୋ ହୋଇଯାଏ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହା ସହ ଷ୍ଟେସନ୍ ଆଗରେ ପାଣି ଜମୁଥିବା କଥା କହି ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାସହ ମେଟ୍ରୋ ନେଇ ରେଳ ମନ୍ତ୍ରାଳୟ ସହ ଓଡିଶା ସରକାର କୌଣସି ଆଲୋଚନା କରି ନଥିବା କହିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା । କହିଛନ୍ତି, ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ କାମ ଆରମ୍ଭ ହୋଇ ସାରିଛି ।

Leave A Reply

Your email address will not be published.