ଯଦି ଆଦର୍ଶଗତ ମତଭେଦ ଥାଏ, ତେବେ ମେଣ୍ଟ ହୋଇପାରିବ ନାହିଁ : ନବଜୋତ ସିଂହ ସିଦ୍ଧୁ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ଆମ୍ ଆଦମୀ ପାର୍ଟି (ଆପ୍) ସହ ମେଣ୍ଟ ପ୍ରସଙ୍ଗରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ଯଦି ଆଦର୍ଶଗତ ମତଭେଦ ଥାଏ, ତେବେ ମେଣ୍ଟ ହୋଇପାରିବ ନାହିଁ। ସିଦ୍ଧୁ କହିଛନ୍ତି ଯେ ଯେତେବେଳେ ବି ତାଙ୍କ ସାମ୍ନାରେ ଦ୍ୱନ୍ଦ୍ୱ ଦେଖାଦିଏ, ସେ ସିଧା ଚାଲନ୍ତି ଏବଂ ନୈତିକ ମୂଲ୍ୟବୋଧ ସହ ଆପୋସ ବୁଝାମଣା କରିନ୍ତି ନାହିଁ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ,ଯେତେବେଳେ ଜଣେ ସାଂସଦ ସତ କହିବା ପାଇଁ ସଂସଦର ସଦସ୍ୟତାରୁ ଅଯୋଗ୍ୟ ବିବେଚିତ ହୁଅନ୍ତି, ସେତେବେଳ ତାହା ମଧ୍ୟ ସମ୍ବିଧାନ ପାଇଁ ଏକ ଲଢ଼େଇରେ ପରିଣତ ହୁଏ । ଏଥିପାଇଁ ଲୋକମାନେ ମଧ୍ୟ ଆଗେଇ ଆସିବା ଉଚିତ୍ ।

ସିଦ୍ଧୁ କହିଛନ୍ତି ଯେ ସେ ଦଳର ଶୃଙ୍ଖଳାବାହାରେ ଯିବେ ନାହିଁ, ବରଂ ତାଙ୍କ ଆତ୍ମାର ସ୍ୱରକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ନିଶ୍ଚିତ ଭାବେ କାର୍ଯ୍ୟ କରିବେ। କଂଗ୍ରେସ ନେତା ରାହୁଲ ଗାନ୍ଧି, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପଞ୍ଜାବ ଓ ଦିଲ୍ଲୀର କଂଗ୍ରେସ ନେତାଙ୍କ ସହ ବୈଠକ କରିଛନ୍ତି।ଦିଲ୍ଲୀର ଅମଲାତନ୍ତ୍ରକୁ ନିୟନ୍ତ୍ରଣକୁ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍ କଂଗ୍ରେସର ସମର୍ଥନ ଲୋଡ଼ିଛି। ଏହାପରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ପକ୍ଷରୁ ଦଳୀୟ ବୈଠକ ଡକାଯାଇଥିଲା ।

ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତାମାନେ ଯୋଗ ଦେଇଥିଲେ । ତେବେ ଏହି ବୈଠକ ପରେ ନବଜ୍ୟୋତ ସିଂହ ସିଦ୍ଧୁ କହିଛନ୍ତି ଯେ ବୈଠକରେ ଯାହା ଘଟିଛି ତାହା ଗୋପନୀୟ ଏବଂ କଂଗ୍ରେସ ଅଧ୍ୟକ୍ଷ କିମ୍ବା ରାହୁଲ ଗାନ୍ଧୀଜୀ ଏହା ଉପରେ ଆଲୋଚନା କରିବେ।

Leave A Reply

Your email address will not be published.