ଏଣିକି ରଙ୍ଗ୍ ରୁଟରେ ଗାଡ଼ି ଚଲାଇଲେ ଜବତ ହେବ ଗାଡ଼ି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ଏଣିକି ରଙ୍ଗ୍ ରୁଟରେ ଗାଡ଼ି ଚଲାଇଲେ ଜବତ ହେବ ଗାଡ଼ି। ରାଜଧାନୀର ବିଭିନ୍ନ ଛକ ବଜାରରେ ଚେକିଂ ଜୋରଦାର କରିଛି ଟ୍ରାଫିକ ଥାନା ପୋଲିସ ।  ଟ୍ରାଫିକ ଥାନା-୧ଓ ଟ୍ରାଫିକ ଥାନା -୨ ଦ୍ଵାରା ଜୋରଦାର ଚେକିଂ କରାଯାଇଥିଲା । ଚେକିଂ ବେଳେ ୧୦୨ରୁ ଅଧିକ ଗାଡି ଜବତ କରିଛି ଟ୍ରାଫିକ ପୋଲିସ । ରଙ୍ଗ ରୁଟରେ ଗାଡି ଚଲାଉଥିବା ବେଳେ ଗାଡି ଜବତ କରିଛି ଟ୍ରାଫିକ ପୋଲିସ।  ଏବେ ଏହି   ଗାଡ଼ି ମାଲିକ ମାନେ କୋର୍ଟ ରୁ ରିଲିଜ ଅର୍ଡର ଆଣିଲେ ଗାଡି ନେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟ୍ରାଫିକ ଥାନା ଏସପି ଜୟନ୍ତ କୁମାର ଦାସ ।

କେବଳ ରଙ୍ଗ ରୁଟ ଚାଳନା ପାଇଁ ଫାଇନ କଟିବ ନାହିଁ । ଯଦି ହେଲମେଟ ନପିନ୍ଧିବା, ଲାଇସେନ୍ସ ନଥିବା, ଇନ୍ୟୁସରାନ୍ସ ନଥିବା ଭଳି ଆଉ କିଛି ତ୍ରୁଟି ଥିଲେ ବି ବଡ ଫାଇନ କଟିବ ବୋଲି ଏସିପି ସୂଚନା ଦେଇଛନ୍ତି । ଦୁର୍ଗା ପୂଜା ଆସୁଥିବାରୁ ଆଗକୁ ଆହୁରି କଡାକଡି ହେବ ଚେକିଙ୍ଗ ବୋଲି କହିଛନ୍ତି ଏସପି ।

Leave A Reply

Your email address will not be published.