ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବଡ଼ ବୈଠକ ।ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଓ ଅନେକ ମନ୍ତ୍ରୀ ବୈଠକରେ ସାମିଲ । ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଆଲୋଚନା ହେଉଥିବା ସୂଚନା।ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ରାଜ୍ୟ ସରକାରର ଏକାଧିକ ମନ୍ତ୍ରୀ ଉପସ୍ଥିତ ଥିଲେ। ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ (FM କଲେଜ)ରେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି।
ବୈଠକରେ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଅଭିଯୋଗ ଏବଂ ରାଜନୈତିକ ଆକ୍ରମଣକୁ କିପରି ମୁକାବିଲା କରାଯିବ, ସେ ନେଇ ଆଲୋଚନା ହୋଇଛି। କଂଗ୍ରେସ ଦଳ ଏହି ଘଟଣାକୁ ନେଇ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ, ବିଜେଡି ମଧ୍ୟ ବାଲେଶ୍ବରରେ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏହି ବନ୍ଦ ଡାକରାକୁ କାଉଣ୍ଟର କରିବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।