୫ ବର୍ଷ ଯାଏଁ ନିର୍ବାଚନ ଲଢିପାରିବେନି ଇମ୍ରାନ୍ ଖାନ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇମ୍ରାନ୍ ଖାନଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଥମେ ଜେଲ୍ ଆଉ ଏବେ ଲଢିପାରିବେନି ନିର୍ବାଚନ । ଇମ୍ରାନ ୫ ବର୍ଷ ଯାଏଁ ଲଢ଼ିପାରିବେନି । ଏନେଇ ଘୋଷଣା କରିଛି ପାକିସ୍ତାନ ନିର୍ବାଚନ କମିଶନ । ତୋଷଖାନା ଦୁର୍ନୀତି ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ଇମ୍ରାନ । ଏହାପରେ ୫ ବର୍ଷ ନିର୍ବାଚନ ଲଢ଼ି ପାରିବେନି ଏହି ନିର୍ଦ୍ଦେଶ ତାଙ୍କ ପାଇଁ ବଡ଼ ଝଟକା ହୋଇଛି । ଖୁବଶୀଘ୍ର ପାକିସ୍ତନରେ ଶେହବାଜ ସରିଫ ସରକାରର କାର୍ୟ୍ୟକାଳ ସରୁଛି । ଏହାପରେ ଦେଶରେ ନିର୍ବାଚନ ହେବାର ସମ୍ଭାବନା ରହିଛି ।

ପାକିସ୍ତାନରେ ଇମ୍ରାନ ହିଁ ଏବେ ମୁଖ୍ୟ ବିରୋଧୀ ନେତା ଓ ତାଙ୍କ ଦଳ ପିଟିଆଇ ହିଁ ମୁଖ୍ୟ ବିରୋଧୀ ପାର୍ଟି । ପୂର୍ବରୁ ମଧ୍ୟ ଇମ୍ରାନ ଖାନ ତୋଷଖାନା ମାମଲାରେ ଗିରଫ ହୋଇଥିଲେ । ଆଉ ଏହା ପରେ ତାଙ୍କ ସମର୍ଥକମାନେ ସାରା ଦେଶରେ ହଙ୍ଗାମା କରିଥିଲେ ।

 

Leave A Reply

Your email address will not be published.