ପିନାକୀଙ୍କୁ ପ୍ରଶଂସା କଲା ବିଜେପି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଲୋକସଭାରେ ଅନାସ୍ଥା ପ୍ରସ୍ତାବ ବିରୋଧରେ ବିଜେଡି ସାଂସଦଙ୍କ ଅଭିଭାଷଣକୁ ପ୍ରଶଂସା କଲା ବିଜେପି । ପିନାକୀ ମିଶ୍ରଙ୍କ ଅଭିଭାଷଣକୁ ପ୍ରଶଂସା କରିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ । ସେ ଟ୍ୱିଟ କରି କହିଛନ୍ତି, ଅନାସ୍ଥା ଆଲୋଚନା ବେଳେ ସବୁଠୁ ଭଲ ତର୍କ ପିନାକୀ ମିଶ୍ରଙ୍କର ଥିଲା । ପିନାକୀଙ୍କ ଅଭାଷଣର କିଛି ଅଂଶକୁ ଉଦ୍ଧୃତ କରି ସେ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, ପିନାକୀ ନିଜ ଅଭିଭାଷଣରେ କହିଥିଲେ କଂଗ୍ରେସ ପରାଜୟର ଅଭ୍ୟସ୍ତ ଅଛି ।

ନିଜର ନାକ କାଟି ଅପଦସ୍ତ ହେବାରେ ମଧ୍ୟ ଅଭ୍ୟସ୍ତ । ପ୍ରଧାନମନ୍ତ୍ରୀ ଯେବେବି ଗୃହରେ ଅଭିଭାଷଣ ରଖନ୍ତି, ସେତେବେଳେ କଂଗ୍ରେସର ଅବସ୍ଥା କ’ଣ ହୁଏ ସମସ୍ତେ ଜାଣନ୍ତି । କଂଗ୍ରେସର ସାଧାରଣ ଜ୍ଞାନ, ଯୁକ୍ତି ଓ ରାଜନୈତିକ ଆଭିମୁଖ୍ୟ ଏଥିରୁ ବାରି ହୋଇପଡୁଛି ବୋଲି କହିଥିଲେ ପିନାକୀ ମିଶ୍ର । ଗତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିଥିବା ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.