ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧୀ, ସଂସଦର ସ୍ବତନ୍ତ୍ର ଅଧିବେଶନ ସମ୍ପର୍କରେ ମାଗିଲେ ସୂଚନା

0

ସଂସଦର ସ୍ବତନ୍ତ୍ର ଅଧିବେଶନ କେନ୍ଦ୍ର ସରକାର ଡାକିବା ପରଠାରୁ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ଏକ ଦେଶ-ଏକ ନିର୍ବାଚନ ଠାରୁ ଆରମ୍ଭ କରି ଇଣ୍ଡିଆର ନାମ ଭାରତ ପର୍ଯ୍ୟନ୍ତ ପରିବର୍ତ୍ତନ ହେବା ନେଇ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିବା କୁହାଯାଇଛି। ଏହି ସମୟରେ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସମ୍ପର୍କରେ ସୂଚନା ମାଗିଛନ୍ତି।

ସୋନିଆ ଗାନ୍ଧୀ ଚିଠିରେ କହିଛନ୍ତି ଯେ, ବିରୋଧୀଙ୍କ ସହ କୌଣସି ଆଲୋଚନା ନ କରି ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ସେ ଅଧିବେଶନର ଏଜେଣ୍ଡା ବିଷୟରେ ମଧ୍ୟ ସୂଚନା ଲୋଡିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ତାଙ୍କ ଚିଠିରେ କହିଛନ୍ତି ଯେ, ଏହି ବିଶେଷ ଅଧିବେଶନ ବିଷୟରେ କେହି ଅବଗତ ନୁହଁନ୍ତି।

Leave A Reply

Your email address will not be published.