ଭାରତରେ ଚିହ୍ନଟ ହେଲା ଓମିକ୍ରନର ନୂଆ ଭାରିଆଣ୍ଟ: WHO

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ । ଏହାରି ଭିତରେ ଅ୍ଧମ ଏକ ଖବର ସମସ୍ତଙ୍କୁ ଭୟଭୀତ କରିଛି । ଭାରତରେ ଚିହ୍ନଟ ହୋଇଛି କରୋନାର ନୂଆ ପ୍ରକରଣ। ଭାରତ ତଥା ଅନ୍ୟ ଦେଶରେ କରୋନା ଓମିକ୍ରନର ପ୍ରକରଣର ନୂଆ ଉପ ପ୍ରକରଣ ଠାବ ହୋଇଛି। ଏହି ପ୍ରକରଣର ନାମ ବିଏ ୨.୭୫। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକଙ୍କ କହିବାନୁଯାୟୀ ଭାରତ ଓ ସଙ୍ଗଠନର ଅନ୍ୟ ସଦସ୍ୟ ଦେଶରେ କରୋନାର ନୂତନ ପ୍ରକରଣ ଚିହ୍ନଟ ହୋଇଥିବା ନେଇ ଜଣାପଡିଛି।

ଗତ ୨ ସପ୍ତାହ ମଧ୍ୟରେ ଦୁନିଆରେ କରୋନାର ନୂଆ ସଂକ୍ରମିତଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ହୋଇଛି।
ୟୁରୋପ ଓ ଆମେରିକାରେ ଓମିକ୍ରନର ବିଏ.୪ ଓ ବିଏ.୫ କାରଣରୁ କରୋନାର ତରଙ୍ଗ ଜାରି ରହିଛି। ଏହା ମଧ୍ୟରେ ଭାରତରେ ବିଏ.୨.୭୫ ନାମକ ନୂଆ ଉପ ପ୍ରକରଣ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ଏହା ଉପରେ ନଜର ରଖାଯାଇଛି।
ବିଏ.୨.୭୫ ଉପ ପ୍ରକଣର ବିଷୟରେ ଜଣାପଡିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ଟ୍ୱିଟରେ ଏକ ଭିଡିଓ ପୋଷ୍ଟ କରି ନୂଆ ଉପ ପ୍ରକରଣ ଚିହ୍ନଟ ହେବା ନେଇ କହିଛନ୍ତି। ଏହା ସର୍ବପ୍ରଥମେ ଭାରତ ଓ ଅନ୍ୟ ୧୦ଟି ଦେଶରୁ ଚିହ୍ନଟ ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଉପ ପ୍ରକରଣର ବିଶ୍ଳେଷଣ ପାଇଁ ଗବେଷଣା ଆରମ୍ଭ ହୋଇଛି। ଏଯାଏଁ ଏହି ପ୍ରକରଣ ନେଇ ଅଧିକ କିଛି ସୂଚନା ମିଳି ନାହିଁ। ଏ ସମ୍ପର୍କରେ ଅଧିକ ବିଶ୍ଲେଷଣ କରାଯାଉଛି । ଆଗାମୀ ଦିନରେ ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରିବ ।

Leave A Reply

Your email address will not be published.