ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍ ): ଆଇପିଏଲରେ ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଆଜିର ଏହି ମ୍ୟାଚ୍ ଶେଷ ପରେ ପ୍ଲେ- ଅଫ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଯିବ । ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହି ମ୍ୟାଚ୍ ଶେଷ ସୁଯୋଗ । ପ୍ଲେ-ଅଫ୍ରେ ପହଞ୍ଚିବାକୁ ହେଲେ ଦିଲ୍ଲୀକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ। ଯଦି ପରାସ୍ତ ହୁଏ ତେବେ (୧୬ପଏଣ୍ଟ) ସହ ପ୍ଲେ- ଅଫ୍ ପକ୍କା କରିବ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେଣୁ ମ୍ୟାଚ୍ କଡ଼ା ସଂଘର୍ଷପୂର୍ଣ୍ଣ ହେବ । ଉଭୟ ଟିମ୍ ପାଇଁ ଆଜିର ମ୍ୟ।ଚ ଶେଷ ଲିଗ୍ ହେବ।
ମୋଟ ୧୩ଟି ମ୍ୟାଚ୍ରୁ ଦିଲ୍ଲୀ ୭ ବିଜୟ ସହ ମୋଟ ୧୪ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ସେହିପରି ମୁମ୍ବାଇକୁ ହରାଇଲେ ଦଳର ପଏଣ୍ଟ ସଂଖ୍ୟା ୧୬ରେ ପହଞ୍ଚିବ। ଚତୁର୍ଥ ସ୍ଥାନରେ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସ (୧୬) ଦୁର୍ବଳ ରନ୍ ରେଟ୍ ଯୋଗୁ ପଞ୍ଚମ ସ୍ଥାନକୁ ଖସିବା ସହ ପ୍ଲେ-ଅଫ୍ରୁ ବାଦ ପଡ଼ିବ। ଯଦି ମୁମ୍ବାଇ ଶେଷ ଲିଗ୍ରେ ବିଜୟୀ ହୁଏ, ତା’ହେଲେ କ୍ୟାପିଟାଲ୍ସର ଅଭିଯାନ ଶେଷ ହୋଇଯିବ। ରୟାଲ୍ ଚ୍ୟାଲେଞ୍ଜର୍ସର ଭାଗ୍ୟ ମୁମ୍ବାଇ ଇଣ୍ଡିଆନ୍ସ ହାତରେ ରହିଛି । ତେଣୁ ରୟାଲ୍ ଚ୍ୟାଲେଞ୍ଜର୍ସ ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସକୁ ସମର୍ଥନ କରିବେ ।