ଦିନକୁ ଦିନ ଉଗ୍ର ହେଉଛିି ଉତରକୋରିଆ, ବାରମ୍ବାର କରୁଛି ମିସାଇଲ ପରୀକ୍ଷଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଶ୍ବକୁ ଭୟବିତ କରିବାକୁ ବାରମ୍ବାର ମିସାଇଲ ପରୀକ୍ଷଣ କରୁଛି ଉତରକୋରିଆ । ଆଣବିକ ଅସ୍ତ୍ରର ପ୍ରୟୋଗ କରି ବାରମ୍ବାର ଧମକ ଦେଉଥିବା ଉତରକୋରିଆକୁ ଜବାବ ଦେବା ପାଇଁ ଏକାଠି ଆଗେଇ ଆସିଛନ୍ତି ଦକ୍ଷିଣ କୋରିଆ, ଜାପାନ ଓ ଆମେରିକା । ସୂଚନା ଅନୁସାରେ ୩ଦେଶ ଉତରକୋରିଆ ବିରୋଧରେ ମିଳିତ ସମରଭ୍ୟାସ କରିବେ । ୱାଶିଂଟନ ଡିସରେ ଆୟୋଜିତ ସୁରକ୍ଷା ସମ୍ମିଳନୀରେ ଏହି ଘୋଷଣା କରାଯାଇଛି । କୋରିଆ ଉପଦ୍ୱୀପ ଓ ଆଖପାଖ ଅଂଚଳରେ ସୁରକ୍ଷା ସମୀକ୍ଷା ବିନିମୟ ଓ ତ୍ରିପାକ୍ଷିକ ନିରାପତୀ ମଜବୁତ କରିବା ଲାଗି ଏହି ନିଷ୍ପତି ନିଆଯାଇଛି । ଅସ୍ଥିରତା ସୃଷ୍ଟିକାରୀ ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବା ୩ ଦେଶର ପ୍ରତିନିଧିମାନେ ଉତରକୋରିଆକୁ ଅପିଲ କରିଛନ୍ତି । ଯଦି ଉତରକୋରିଆ କୌଣସି ଆଣବିକ ପରୀକ୍ଷା କରେ ତେବେ ଅର୍ନ୍ତଜାତୀୟ ସମୁଦାୟ ଜବାବ ଦେବେ । ଶୁକ୍ରବାରେ ଉତରକୋରିଆ ଇଂଟକଂଟିନେଂଶଟାଲ ବାଲିଷ୍ଟିକ ମିସାଇଲ ପରିକ୍ଷା କରିଛି । ସେପଟେ ମିସାଇଲ ଗୁଡିବ ଦ୍ୱୀପ ଦେଇ ଜାପାନାରେ ଖସିବା ଯୋଗୁଁ ଆତଙ୍କିତ ଅବସ୍ଥାରେ ଜାପାନବାସୀ ରହିଛନ୍ତି । ଜାପାନ ସରକାର ମିଳିତ ଜାତିସଂଘର ବୈଠକ ଡକାଇବା ପାଇଁ ଅପିଲ କରିଛନ୍ତି ।

ସୂଚନାଯୋଗ୍ୟ, ଉତରକୋରିଆ ଗତ ଶନିବାର ଅଣ୍ଡର ୱାଟର ନ୍ୟୁକ୍ଲିୟର କ୍ୟାପାବେଲ ଡ୍ରୋନର ପରୀକ୍ଷଣ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଆମେରିକା ଓ ଦକ୍ଷିଣ କୋରିଆକୁ ଚ୍ୟାଲେଞ୍ଜ ଦେବା ପାଇଁ ଏହି ପରୀକ୍ଷଣ କରାଯାଇଥିବା ଅନୁମାନ କରାଯାଉଛି । ଏହି ମାନବବିହୀନ ଡ୍ରୋନର ନାମ ହୈଇଲ ୱାନ ରଖାଯାଇଛି । ଯାହାର ପ୍ରକୃତ ଅର୍ଥ ହେଉଛି ସୁନାମୀ । ଦକ୍ଷିଣ କୋରିଆ ଓ ଆମେରିକା ମିଳିତ ଭାବେ ସୈନ୍ୟ ଅଭ୍ୟାସ କରିବା ପରେ ଉତର କୋରିଆ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପାଣି ଭିତରେ ଏହା ୭୧ ଘଂଟା ୬ ମିନିଟ ମଧ୍ୟରେ ୧ ହଜାର କିଲୋମିଟର ମାଇଲ ଦୂରତା ଅତିକ୍ରମ କରିଛି । ଉତରକୋରିଆ ଏବେ କ୍ରମାଗତ ଭାବେ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଜାରୀ ରଖିଛି । ଏପ୍ରିଲ ୪ରୁ ୭ ପର୍ଯ୍ୟନ୍ତ ଏହି ଡ୍ରୋନର ପରୀକ୍ଷଣ କରାଯାଇଥିଲା ଏବଂ ଏହା ତାର ଟାର୍ଗେଟକୁ ଠିକ ଭାବେ ହିଟ କରିଥିଲା ବୋଲି ଉକ୍ତି ରିପୋର୍ଟର ଉଲ୍ଲେଖ ରହିଛି । ଏହା ଦ୍ୱାରା ଉତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଉତେଜନା ବୃଦ୍ଧି ପାଇବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି ।

Leave A Reply

Your email address will not be published.