ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶା ଅଗ୍ନିଶ୍ରମ ଏବଂ ଜରୁରୀକାଳୀନ ସେବା ସଂସ୍ଥା ତରଫରୁ ଅନିର୍ଦ୍ଦିଷ୍ଟ କାଳ ଧାରଣା | ଓଡିଶା ଅଗ୍ନିଶ୍ରମ ଏବଂ ଜରୁରୀକାଳୀନ ସେବା ସଂସ୍ଥା ତରଫରୁ ରାଇରଙ୍ଗପୁର ଅଗ୍ନିଶ୍ରମ କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ୨୧ ତାରିଖ ଠାରୁ ବସିଛନ୍ତି |
ସେମାନଙ୍କର ଦୁଇ ଦଫା ଦାବୀ ମଧ୍ୟରେ ୧. ଦରମାରେ ଥିବା ଅସଙ୍ଗତି ଦୂର କରିବା ଅର୍ଥାତ୍ ପୂର୍ବପରି ପୋଲିସ ସହ ସମାନ ଦରମା ଓ ଭତ୍ତା ପ୍ରଦାନ | ୨. ଅଗ୍ନିଶ୍ରମ ସେବା ସଂସ୍ଥା କର୍ମଚାରୀମାନଙ୍କ ସଙ୍ଘ ର ସରକାରୀ ପଞ୍ଜିକରଣ | ସରକାର ଯେତେ ଦିନ ପର୍ଯ୍ୟନ୍ତ ସେମାନଙ୍କ ଦାବୀ ପୂରଣ ନ କରିଛନ୍ତି | ସେମାନେ ସେମାନଙ୍କର ଆନ୍ଦୋଳନ ବଜାଇ ରହିବେ ବୋଲି ଦୃଢଉକ୍ତି ଦେଇଥିଲେ | ଉକ୍ତ ଆନ୍ଦୋଳନରେ ବହୁ ଆଗ୍ନିକ କର୍ମଚାରୀ ଯୋଗ ଦେଇଥିଲେ |
ସେମାନଙ୍କ ମଧ୍ୟରେ ମୁଖ୍ୟ ଆଗ୍ନିକ ଯଦୁନାଥ ମହାନ୍ତ, ଅଶୋକ ବେହେରା, ଗାଡି ଚାଳକ କୃଷ୍ଣ ଚନ୍ଦ୍ର ନାୟକ, ବାପିନା ଜେନା, ଆଗ୍ନିକ ତପନ ମହାନ୍ତ, ବିଷ୍ଣୁ ପ୍ରସାଦ ପାଢି, ମଣ୍ଟୁ ଜେରା, ବାବୁଲି ନାୟକ, ଶୁଶାନ୍ତ ନାୟକ, ବନମାଳୀ କିସାନ, ପ୍ରମୋଦ ଲାକ୍ରା, ଲମ୍ବୋଦର ମାଝୀ, ବିରେନ୍ଦ୍ର ହାଁସଦାଃ ଓ ସୁଦାନ ମୁଣ୍ଡା ପ୍ରମୁଖ ଥିଲେ | ସାରା ଓଡିଶାରେ ଅଗ୍ନିଶ୍ରମ ବିଭାଗର କାର୍ଯ୍ୟବନ୍ଦ ଫଳରେ ଲୋକମାନଙ୍କର ଜରୁରୀକାଳୀନ ସେବାରେ ବ୍ୟାଘାତ ସୃଷ୍ଟି ହୋଇପାରେ | ତେଣୁ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଜୋର ଦେଇ କହିଥିଲେ | ଫଳସ୍ବରପ ସରକାର ଯଥାଶୀଘ୍ର ଏମାନଙ୍କର ଦାବୀ ପୂରଣ କଲେ , ପୂର୍ବବତ୍ କାର୍ଯ୍ୟରେ ଯୋଗ ଦାନ କରିବେ ବୋଲି ମୁଖ୍ୟ ଆଗ୍ନିକ ମତବ୍ୟକ୍ତ କରିଥିଲେ |