ଗ୍ରାମପଞ୍ଚାୟତର ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚାରି ପଞ୍ଚାୟତରେ ଗ୍ରାମପଞ୍ଚାୟତର ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ। ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଗ୍ରାମପଞ୍ଚାୟତରେ ନୂଆ ଓଡ଼ିଶା, ନବୀନ ଓଡ଼ିଶା ର ଜନ ସଚେତନତା କାର୍ଯ୍ୟ କର୍ମ ରେ ଗୋବିନ୍ଦପୁର, ଆନ୍ଦୋଳା, ନାୟକାନଦିହ୍, କରଞ୍ଜଆଡ଼ିଆ ରେ ଯୋଗ ଦେଇଥିଲେ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ବିଡିଓ ସଞ୍ଜୀବ ସାହୁ ଯୋଗ ଦେଇ ଥିଲେ।

ଏହି ଅବସର ରେ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଯୋଜନା ବିଷୟ ସାଂସଦ ଓ ବିଧାୟକ ଆଲୋଚନା ରଖିଥିଲେ। ଏହି ଅବସର ରେ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହେଇଥିବା ନୂଆ ହିତାଧିକାରୀଙ୍କୁ ଭତ୍ତା, ରାସନ୍ କାର୍ଡ ଧାରୀ ଙ୍କୁ ବ୍ୟାଗ୍ ଓ ଏକ ହଜାର ଟଙ୍କା ବାଣ୍ଟି ଥିଲେ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁବ୍ରତ ରାଉତରାୟ ।

ଏହି ଅବସର ରେ ବିଭିନ୍ନ ପଞ୍ଚାୟତ ରେ ସମାଜ ସେବୀ ଦିନ ବନ୍ଧୁ ଦାସ, ସାଂସଦ ଙ୍କ ପ୍ରତିନିଧି ସୁରେଶ ମହାନ୍ତି, ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ ଓ ସରପଂଚ, ସମିତି ସଭ୍ୟ, ଓ ଅନ୍ୟ ପଦାଧିକାରୀ ଓ ହଜାର ହଜାର ସଂଖ୍ୟା ରେ ଜନ ସାଧାରଣ ଉପସ୍ଥିତ ରହି ଥିଲେ ।

Leave A Reply

Your email address will not be published.