ଓଡ଼ିଆ ନ୍ୟୁଜ୍: ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲେ ଟ୍ରମ୍ପ।ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଚାଲିଥିବା ଟ୍ରମ୍ପଙ୍କ ସୂଚନା।ପୁଣି PM ମୋଦଙ୍କୁ ଭଲ ବନ୍ଧୁ ବୋଲି କହିଲେ ଟ୍ରମ୍ପ।ଟ୍ରମ୍ପଙ୍କ ପୋଷ୍ଟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା।ଭାରତ ଓ ଆମେରିକା ଘନିଷ୍ଠ ବନ୍ଧୁ।ଭାରତ ଓ ଆମେରିକା ସ୍ବାଭାବିକ ଅଂଶୀଦାର ମଧ୍ୟ।ବାଣିଜ୍ୟ ଚୁକ୍ତି ଦିଗରେ କାମ ଚାଲିଥିବା ମୋଦିଙ୍କ ସହମତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ସୂଚନା ଦେଇଛନ୍ତି ଯେ ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ସମ୍ବନ୍ଧୀୟ ବାଧାବିଘ୍ନ ଦୂର କରିବା ପାଇଁ ଆଲୋଚନା ପୁନର୍ବାର ଆରମ୍ଭ ହେବ। ଟ୍ରମ୍ପ ଲେଖିଛନ୍ତି, “ମୁଁ ଏହା ଘୋଷଣା କରି ଖୁସି ଅନୁଭବ କରୁଛି ଯେ ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟବସାୟିକ କ୍ଷେତ୍ର ଉପରେ ଆଲୋଚନା ଜାରି ରହିଛି। ମୁଁ ମୋର ଅତି ନିକଟ ବନ୍ଧୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଗାମୀ ସପ୍ତାହମାନଙ୍କରେ ଆଲୋଚନା କରିବାକୁ ଉତ୍ସୁକ ଅଛି। ମୋର ପୂର୍ଣ୍ଣ ବିଶ୍ବାସ ଅଛି ଯେ ଏହି ଆଲୋଚନା ଆମର ଉଭୟ ଦେଶ ପାଇଁ ସଫଳ ହେବ ସଫଳ ବାଣିଜ୍ୟିକ ବୁଝାମଣା ପାଇଁ କୌଣସି ସମସ୍ୟା ରହିବ ନାହିଁ।