ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍ ): ପୂର୍ବରୁୂ ଭାରତ ବିଷୟରେ ମାଳିକାରେ ଭବିଷ୍ୟ କରାଯ୍ଧବଥିବା କଥା ସତ ହେବାକୁ ଯାଉଛି ମାଳିକା ବଚନ। ଧିରେ ଧିରେ ଦେଶ ଉପରକୁ ମାଡ଼ିଆସିଲାଣି ବିପଦ ପରେ ବିପଦ। କେତେବେଳେ ପ୍ରକୃତି ତାର କରାଳ ରୂପ ଦେଖାଇଲାଣି ତ କେତେବେଳେ ଅଜଣା ରୋଗ ମଣିଷ ଶରୀରକୁ ମାଡ଼ି ବସିଲାଣି । ଅସମ୍ଭବ ଭୟାବହତା ଭିତରେ ଏବେ ଜୀବନ କାଟୁଛି ମଣିଷ । ଏହାରି ମଧ୍ୟରେ ମାଳିକା କଥା ମନେପଡ଼ିବା କ୍ଷଣି ଆପଣଙ୍କର ବି ଛାତି ଭିତରଟା ମନ୍ଥିଗଲା ପରି ମନେହେଉଥିବ । କାରଣ ଜଳବାୟୁ ପରିବର୍ତ୍ତନ ଯୋଗୁ ି ଭାରତ ବଡ଼ ବିପତ୍ତିର ସାମ୍ନା କରୁଛି। ଏହାର ପ୍ରଭାବ ହିମାଳୟର ଗ୍ଲେସିୟର ଠାରୁ ଗାଁର ଫସଲ ଉତ୍ପାଦନ ପର୍ୟ୍ୟନ୍ତ ସବୁଠି ଦେଖିବାକୁ ମିଳିଲାଣି। ଜଳବାୟୁ ପରିବର୍ତ୍ତନ ଭାରତ ପାଇଁ କେତେ ବିପଦପୂର୍ଣ୍ଣ ତାହା ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଫର କ୍ଲାଇମେଟ୍ ଚେଞ୍ଜର ନୂଆ ରିପୋର୍ଟ ସାବ୍ୟସ୍ତ କରିଛି। ଗ୍ଲୋବାଲ ଓ୍ଵାର୍ମିଂ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଏସିଆ ମହାଦେଶର ଅଧିକାଂଶ ଦେଶରେ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଦୁର୍ଭିକ୍ଷ ସ୍ଥିତି ଉପୁଜିବ। ଲୋକମାନେ ଖାଇବାକୁ ଖାଦ୍ୟ ପାଇବେନି କି ପିଇବାକୁ ପାଇବେନି ପାଣି। ଶେଷରେ ଭୋକରେ ଆଉଟୁପାଉଟୁ ହୋଇ ଲୋକମାନେ ପୋକ ମାଛ ଭଳି ମରିବେ।
ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଯଦି ଏହି ଶତାବ୍ଦୀର ଶେଷ ଆଡ଼କୁ ବାୟୁମଣ୍ଡଳର ତାପମାତ୍ରା ୧ରୁ ୪ ଡିଗ୍ରୀ ହ୍ରାସ ପାଇବ, ତେବେ ଭାରତରେ ଧାନର ଉତ୍ପାଦନ ୧୦ରୁ ୩୦ ପ୍ରତିଶତ କମ୍ ହୋଇଯିବ। ଫସଲ ନଷ୍ଟ କରୁଥିବା କୀଟପତଙ୍ଗଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇବ। ଏମାନଙ୍କ ପ୍ରାଦୁର୍ଭାବ ଭାରତ, ଚୀନ୍, ଇଣ୍ଡୋନେସିଆ, ବାଂଲାଦେଶ, ଭିଏତନାମ, ଥାଇଲାଣ୍ଡ, ମିଆଁମାର, ଫିଲିପାଇନ୍ସ ଓ ଜାପାନ ଭଳି ଦେଶରେ ରହିବ। ଫଳରେ ଫସଲ ଉତ୍ପାଦନ ପାଖିାପାଖି ଅଧା ହୋଇଯିବ। ହିମାଳୟରେ ଗ୍ଲେସିୟର ତରଳିବା ଯୋଗୁ ନଦୀଗୁଡ଼ିକ ଶୁଖିଯିବ। ଫଳରେ ଲୋକଙ୍କୁ ଆବଶ୍ୟକତା ମୁତାବକ ପାଣି ମିଳିବ ନାହିଁ। ୨୧ଶ ଶତାବ୍ଦୀର ମଧ୍ୟ ଭାଗ ବେଳକୁ ଗଙ୍ଗା, ଯମୁନା, ସିନ୍ଧୁ ଆଦି ନଦୀର ଜଳ ସ୍ତର କମିବାକୁ ଲାଗିବ। ପ୍ରଦୂଷଣର ସ୍ତର ବଢ଼ିବ। ଫଳରେ ଭାରତରେ ଜଳାଭାବ ଦେଖାଯିବ। ଫଳରେ ଏସିଆ ମହାଦେଶର ଅଧିକ ସ୍ଥାନରେ ମାଟି ଫାଟି ଦୁର୍ଭିକ୍ଷ ସ୍ଥିତି ଉପୁଜିବ।
ପ୍ରତିବର୍ଷ ଜଳବାୟୁରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଫଳରେ ଏବେ ୧୨ ମାସ ମଧ୍ୟରୁ ୮ ମାସ କେବଳ ଖରା ହେଉଛି। ଏହା ପ୍ରଭାବରେ ଏବେ ଜଙ୍ଗଲରେ ଯେଉଁ ପରିମାଣରେ ନିଆଁ ଲାଗୁଛି, ଆଗକୁ ତାହା ଆହୁରି ବଢ଼ିବ। ୨୦୫୦-୬୦ ବେଳକୁ ଜଙ୍ଗଲ ଗୁଡ଼ିକ ନିଆଁ ଲାଗି ପଦା ହୋଇଯିବେ। ଜଙ୍ଗଲରେ ନିଆଁ ଲାଗିବା କାରଣରୁ ପଶୁ ପକ୍ଷୀ ବି ଲୋପ ପାଇବେ। ଏଭଳି ସ୍ଥିତିରେ ଧୀରେ ଧୀରେ ମଣିଷ ଓ ପଶୁ ସମାଜ ଲୋପ ପାଇଯିବ, ଠିକ୍ ଡାଇନୋସରଙ୍କ ଭଳି। ଏଣୁ ଏବେଠୁ ଆମକୁ ବୃକ୍ଷ ରୋପଣ ସହ ପରିବେଶ ପ୍ରଦୂଷଣ ରୋକିବା ପ୍ରତି ଗୁରୁତ୍ୱ ଦେବାକୁ ହେବ । ନହେଲେ ବିଶ୍ୱ ଯେ ଦିନେ ବିନାଶ ମୁହଁକୁ ଠେଲି ହୋଇଯିବ ଏହା ନିଶ୍ଚିତ ।