କରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି l ମଙ୍ଗଳ ବାର ମଧ୍ୟ ରାତ୍ରିରୁ 21 ଦିନ ପର୍ଯ୍ୟନ୍ତ ସାରା ଭାରତକୁ ଲକ୍ ଡାଉନ୍ ଘୋଷଣା କରିଛିନ୍ତି l ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଜନତା କର୍ଫ୍ୟୁ ଠାରୁ ଅଧିକ କଡାକଡି ହେବ l ଯଦି ଆମେ ଏହି 12 ଦିନ ସଂଜମତା ର ସହ ନରହିବା ତେବେ ଦେଶ 21 ବର୍ଷ ପଛକୁ ଫେରିଯିବ l ଘରେ ରହି ସମସ୍ତ ନିୟମ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି l ନିଜେ ସୁରକ୍ଷିତ ରଖିବା ସହ ନିଜ ପରିବାରକୁ ବିପଦ ମୁକ୍ତ କରିବାକୁ ଆହ୍ଵାନ ଦେଇଛନ୍ତି l ଘର ଆଗରେ ଟଣାଯାଇଥିବା ଲକ୍ଷ୍ମଣ ରେଖାକୁ ନଡେଇଁବାକୁ ନିବେଦନ କରିଛନ୍ତି l