ଲକ୍ ଡାଉନ୍ ପ୍ରତି କେତେ ସଚେତନ ଜନସାଧାରଣ ?

0

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ୍ ର ଭୟାବହତାକୁ ଲକ୍ଷ୍ୟକରି ସାରା ଭାରତକୁ ଲକ୍ ଡାଉନ୍ କରିବାକୁ ଘୋଷଣା କରିଥିଲେ l ସମସ୍ତ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତେ ନିଜ ନିଜ ଘରେ ରହିବାକୁ ପରାମର୍ଶ ଦେଇଥିଲେ l କିନ୍ତୁ ରାତି ପାହୁ ପାହୁ ଦେଖାଦେଇଥିଲା ପାରିବା, ମାଛ, ମାଂସ, ତେଜରାତି ଦୋକାନରେ ଭିଡ l କଟକର ଛାତ୍ର ବଜାରରେ ଲୋକମାନେ ପାରିବା ପାରିବା କିଣୁଥିବା ବେଳେ ସିଡିଏ ରେ ମଧ୍ୟ ସେହିପରି ଅବସ୍ଥା l ଭୁବନେଶ୍ବର 1 ନଂ ହାଟରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା l ଜନସାଧାରଣ ଙ୍କ କହିବା କଥା ଆମେ ଲକ୍ ଡାଉନ୍ କୁ ପାଳନ କରୁଛୁ କିନ୍ତୁ ଖାଇବା ପାଇଁ ଅତ୍ୟାବଶ୍ୟକୀୟ ଖାଦ୍ୟ ସମାଗ୍ରୀ ଅତ୍ୟନ୍ତ ଆବଶ୍ୟକ ବୋଲି କହିଛନ୍ତି l

Leave A Reply

Your email address will not be published.