ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ

0

ଓଡ଼ିଆ ନ୍ୟୁଜ୍: ସୁଧୁରୁନି ପାକିସ୍ତାନ।ପୁଣି କରିପାରେ ବଡ ଆକ୍ରମଣ। ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚୁଛି। ସଦ୍ୟ ସୂଚନା ମୁତାବକ ପାକିସ୍ତାନରେ ଅପରେସନ ସିନ୍ଦୂର ଯୋଗୁ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଲଞ୍ଚିଂ ପ୍ୟାଡ ଏବଂ ତାଲିମ କେନ୍ଦ୍ରଗୁଡ଼ିକ ଏବେ ପୁନଃର୍ନିମାଣ କରାଯାଉଛି। ଏହି କାର୍ଯ୍ୟକଳାପ ବିଶେଷକରି ପାକ ଅଧିକୃତ କଶ୍ମୀର (POK)ର ଘନ ଜଙ୍ଗଲ ଏବଂ ଦୁର୍ଗମ ଅଞ୍ଚଳରେ ଦେଖାଯାଉଛି।

ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI, ପାକିସ୍ତାନୀ ସେନା ଏବଂ ସରକାର ଏହି ଆତଙ୍କବାଦୀ କାର୍ଯ୍ୟକଳାପକୁ ସିଧାସଳଖ ସମର୍ଥନ କରୁଛନ୍ତି। ବାହାବଲପୁରରେ ଏକ ସମ୍ପ୍ରତି ଏକ ଉଚ୍ଚସ୍ତରୀୟ ବୈଠକରେ, ଏହି ଶିବିରଗୁଡ଼ିକୁ ପୁନଃସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.