ଓଡ଼ିଆ ନ୍ୟୁଜ୍: ମହିଳା ବିଶ୍ବକପ୍ କ୍ରିକେଟ ଫାଇନାଲ୍ରେ ଭାରତ ୨୯୮/୭।ଦକ୍ଷିଣ ଆଫ୍ରିକା ପାଇଁ ୨୯୯ ରନ୍ର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ।ଶେଫାଳି ବର୍ମା ୮୭, ଦୀପ୍ତି ଶର୍ମା ୫୮, ସ୍ମୃତି ମନ୍ଧାନା ୪୫।ଶେଷ ଭାଗରେ ରିଚା ଘୋଷଙ୍କ ଦ୍ରୁତ ୩୪ ରନ୍ର ଇନିଂସ।ଦକ୍ଷିଣ ଆଫ୍ରିକାର ସଫଳ ବୋଲର ଖାକାଙ୍କୁ ୩ ୱିକେଟ୍।
ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ଓ୍ବିକେଟରେ ୧୦୪ ରନ କରି ଏକ ଭଲ ମୂଳଦୁଆ ସ୍ଥାପନ କରିଥିଲେ । ସ୍ମୃତି ୪୫ ରନ କରିଥିବାବେଳେ ଶେଫାଳି ୮୭ ରନ କରିଥିଲେ । ତେବେ ସେମିଫାଇନାଲରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଜେମିମା ଆଜି ମାତ୍ର ୨୪ ରନ କରି ପାଭିଲିୟନ ଫେରିଥିଲେ । ତେବେ ମଧ୍ୟକ୍ରମରେ ଦିପ୍ତି ଶର୍ମା ୫୮ ରନର ଏକ ଭଲ ଇନିଂସ ଖେଳିଥିଲେ । ଅଧିନାୟିକା ହରମନପ୍ରିତ କୌର ୨୦ ରନ ଓ ରିଚା ଘୋଷ ୩୪ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୯୮ ରନ କରିଥିଲା । ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲେ ବି ଓଭର କଟାଯାଇନଥିଲା ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟୋବୋଙ୍ଗା ଖାକା ୩ଟି ଓ୍ବିକେଟ ନେଇଥିଲେ । ସେହିପରି ନନ୍କୁଲୁଲେକୋ ମ୍ଲାବା, ନାଡାଇନ ଡିକ୍ଲର୍କ, ଛ୍ଲୋଏ ଟ୍ରାୟନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।