ଋଷରୁ ଗହମ ଆଣିବ ଭାରତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ହୁ ହୁ ହୋଇ ବଢୁଥିବା ଦରଦାମ୍ ଉପରେ ରୋକ୍ ଲଗାଇବାକୁ ସରକାର ଏବ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଣିକି ଶସ୍ତା ଦରରେ ଭାରତକୁ ଗହମ ଦେବ ରୁଷ୍ । କମ୍ ମୂଲ୍ୟରେ ତେଲ ଦେବା ପରେ ଏବେ ରୁଷ ଦେବ ଗହମ । ଦେଶରେ ଗହମ ଦରବୃଦ୍ଧି ଉପରେ ରୋକ ଲଗାଇବାକୁ ସରକାର ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି ।

ତେବେ ଦେଶରେ ଗହମ ଯୋଗାଣ ବଢ଼ାଇବା ଲାଗି ଭାରତ ରୁଷ ଠାରୁ କମ୍ ମୂଲ୍ୟରେ ଗହମ ଆମଦାନି ପାଇଁ ପ୍ରସ୍ତୁତ ହେଉଛି । ଆଗକୁ ବିଧାନସଭା ନିର୍ବାଚନ ଓ ସାଧାରଣ ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ଦରବୃଦ୍ଧି ଉପରେ ରୋକ ଲଗାଇବାକୁ ଚେଷ୍ଟା କରୁଛନ୍ତି । ଜୁଲାଇରେ ଗହମ ୧୫ ମାସର ସର୍ବୋଚ୍ଚ ସ୍ତରରେ ପହଁଚିଯାଇଥିଲା ।

Leave A Reply

Your email address will not be published.