ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ଡ୍ର, ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ କବଜା କଲା ଭାରତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବର୍ଷା ଯୋଗୁଁ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଡ୍ର। ଟେଷ୍ଟ ସିରିଜ କବଜା କଲା ଭାରତ। ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ପ୍ରଭାବିତ ହୋଇଥିବା ବେଳେ ଏହା ଡ୍ରରେ ଶେଷ ହୋଇଛି। ଫଳରେ ୧-୦ରେ ସିରିଜ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନ ବର୍ଷା ଯୋଗୁଁ ସଂପୂର୍ଣ୍ଣ ଧୋଇଯାଇଛି। ମ୍ୟାଚର ଚତୁର୍ଥ ଦିନ ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା। ୩୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ୱେଷ୍ଟଇଣ୍ଡିଜ ଚତୁର୍ଥ ଦିନରେ ୨ ୱିକେଟ ହରାଇ ୭୬ ରନ୍ କରିଥିଲା। ପଞ୍ଚମ ଦିନ ବର୍ଷା ଯୋଗୁଁ ଗୋଟିଏ ବି ବଲ୍ ପଡିପାରିନଥିବା ବେଳେ ମ୍ୟାଚକୁ ଡ୍ର ରଖାଯାଇଛି। ଭାରତ ପକ୍ଷରୁ ସର୍ବାଧିକ ୫ ୱିକେଟ୍ ନେଇଥିବା ମହମ୍ମଦ ସିରାଜଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ଘୋଷଣା କରାଯାଇଛି ।

ପୋର୍ଟ ଅଫ୍ ସ୍ପେନରେ ଖେଳାଯାଉଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୪୩୮ ରନ୍ କରିଥିଲା। ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ୨୫୫ ରନରେ ଅଲ ଆଉଟ୍ ହୋଇଯାଇଥିଲା। ଭାରତ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ୧୮୧ ରନରେ ପାଳି ଘୋଷଣା କରିବା ସହ ୱେଷ୍ଟଇଣ୍ଡିଜକୁ ୩୬୫ ରନର ଟାର୍ଗେଟ୍ ଦେଇଥିଲା।

Leave A Reply

Your email address will not be published.