ଓଡ଼ିଆ ନ୍ୟୁଜ୍: ଟ୍ରେନ୍ ଯିବାଆସିବା କରୁଥିବା ଯାତ୍ରୀଙ୍କ ପାଇଁ ବଡ଼ ଖବର । ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଜାଣି ରଖନ୍ତୁ ନୂଆ ନିୟମ । ଏଣିକି ଟ୍ରେନରେ ନେଇ ହେବନି ଅଧିକ ଲଗେଜ।ବିମାନଯାତ୍ରୀଙ୍କ ଭଳି ରେଳଯାତ୍ରୀଙ୍କୁ ବି ଖୁବ୍ଶୀଘ୍ର ଅଧିକ ଓଜନର ବ୍ୟାଗପତ୍ର ନେଲେ ଜରିମାନା ଗଣିବାକୁ ପଡ଼ିବ। ରେଳଯାତ୍ରୀଙ୍କ ପାଇଁ ରହିଥିବା ବ୍ୟାଗେଜ୍ ନିୟମକୁ ଶୀଘ୍ର କଡ଼ାକଡ଼ି କରାଯିବ। ବିମାନଯାତ୍ରୀଙ୍କୁ ଯେଭଳି ଲଗେଜ୍ ସୀମା ବାହାରେ ଅଧିକ ସାମଗ୍ରୀ ନେଲେ ଜରିମାନା ପଡ଼ୁଛି ରେଳଯାତ୍ରୀଙ୍କୁ ମଧ୍ୟ ସେଭଳି ଜରିମାନା ଗଣିବାକୁ ପଡ଼ିବ।ଏସି ପ୍ରଥମ ଶ୍ରେଣୀରେ ଯାତ୍ରୀମାନେ ୭୦ କିଲୋ ପର୍ଯ୍ୟନ୍ତ ସାମଗ୍ରୀ ସାଥିରେ ନେଇପାରିବେ।
ଦ୍ଵିତୀୟ ଶ୍ରେଣୀ ଏସି ଯାତ୍ରୀଙ୍କୁ ୫୦ କିଗ୍ରା ପର୍ଯ୍ୟନ୍ତ ସାମଗ୍ରୀ ନେବାକୁ ଅନୁମତି ମିଳିବ। ତୃତୀୟ ଶ୍ରେଣୀ ଏସି ଓ ସ୍ଲିପର ଶ୍ରେଣୀରେ ୪୦ କିଗ୍ରା ଏବଂ ସାଧାରଣ ଶ୍ରେଣୀରେ ୩୫ କିଗ୍ରା ପର୍ଯ୍ୟନ୍ତ ସାମଗ୍ରୀ ବିନା ମୂଲ୍ୟରେ ଯାତ୍ରୀଙ୍କୁ ନେବାର ଅନୁମତି ଦିଆଯିବ। ଅଧିକ ବଡ଼ ଆକାରର ବ୍ୟାଗ୍ ନେଉଥିଲେ ଓଜନ ଯାହା ହେଲେ ମଧ୍ୟ ସେଥିପାଇଁ ବି ଜରିମାନା ଦେବାକୁ ପଡ଼ିବ।