ଆସନ୍ତା ୨୯ ତାରିଖରେ ବାରିପଦା ଆସୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୨୯ ତାରିଖରେ ବାରିପଦା ଆସୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରିପଦା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୯ ତାରିଖ ବୁଧବାର ବାରିପଦା ଗସ୍ତରେ ଆସୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ମୋଦି।

୨୯ ତାରିଖ ଦିବା ୧୧ ଘଟିକା ସମୟରେ ବାରିପଦା ସହରର ବହୁ ପ୍ରତିଷ୍ଠିତ ଓ ଐତିହାସିକ ଛଉପଡ଼ିଆ ଠାରେ ପଦାର୍ପଣ କରି ଦଳୀୟ ପ୍ରଚାର କାର୍ଯ୍ୟକ୍ରମ ରେ ଯୋଗ ଦେବେ ମୋଦି।ତେଣୁ ମୋଦିଙ୍କ ଗସ୍ତକୁ ନେଇ ବାରିପଦା ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ବିଜେପି ଶିବିରରେ ମଧ୍ୟ ଖୁସିର ମାହଲ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଏନେଇ ଆଜି ଓଡ଼ିଶାର ୩ ଟି ସଂସଦୀୟ କ୍ଷେତ୍ର ଦାୟିତ୍ୱ ରେ ଥିବା ଉତ୍ତରାଖଣ୍ଡ ର ପୂର୍ବତନ ମୁଖ୍ୟମନ୍ତ୍ରୀ “ତ୍ରିବେନ୍ଦ୍ର ସିଂ ରାଓତ୍” ଏବଂ ଓଡ଼ିଶା ବିଜେପିର ନିର୍ବାଚନ ସହ-ପ୍ରଭାରୀ “ଲତା ଉସେଣ୍ଡି” ଛଉପଡ଼ିଆ ଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ଏସ.ପି ଏସ.ସୁଶ୍ରୀ ଙ୍କ ସହିତ ବିଶେଷ ଆଲୋଚନା କରିଛନ୍ତି।

Leave A Reply

Your email address will not be published.