ସରିଲା ନିର୍ବାଚନ କାହା ମୁଣ୍ଡରେ ଢାଳିବେ ସୁନାର କଳସି; ଅପେକ୍ଷାରେ ୧୧ପ୍ରାର୍ଥୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଏସଟି ୩୦ କରଞ୍ଜିଆ ସଂରକ୍ଷିତ ବିଧାନସଭା କ୍ଷେତ୍ର ପାଇଁ ଆଜି ନିର୍ବାଚନ ସରିଯାଇଛି | ୧୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମେସିନରେ ବନ୍ଦ ରହିଛି ୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ୍ୟ ୧୩୭ ଭୋଟର। ଆଜି ସକାଳ ୭ ଟା ସମୟରୁ ଆରମ୍ଭ ହୋଇଥିଲା ଭୋଟ ଗ୍ରହଣ ତେବେ ଆରମ୍ଭରୁ ମତଦାନ ଧିମାଥିବା ବେଳେ କିଛି ବୁଥ ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧଘଣ୍ଟା, ଏକଘଣ୍ଟା ପରେ ଆରମ୍ଭ ହୋଇଥିଲା ମତଦାନ |

ତେବେ ସଂଧ୍ଯା 8 ଘଟିକା ପର୍ଯ୍ୟନ୍ତ ମୋଟ ଭୋଟଦାନ ଦାନ ୭୨.୨୫% ଶତକଡ଼ା ହୋଇଛି ସେଥୁରୁ ପୁରୁଷ ଭୋଟର ୫୭ ହଜାର ୨୯୮ ଜଣ ଭୋଟ ଦେଇଥିବା ବେଳେ ୬୫ ହଜାର ୫୬୬ ଜଣ ମହିଳା ଭୋଟର ଭୋଟ ଦେଇଥିଲେ ମୋଟ ୧ ଲକ୍ଷ, ୨୨ ହଜାର ୮୬୪ ଜଣ ଭୋଟ ଦେଇଛନ୍ତି | ତେବେ ଖବର ଲେଖାଯିବା ବେଳକୁ ଭୋଟକେନ୍ଦ୍ରରେ ଅନେକ ଭୋଟର ଲାଇନରେ ଥିବା ଏସଟି ୩୦ କରଞ୍ଜିଆ ର ରିଟର୍ଣ୍ଣିଙ୍ଗ ଅଧିକାରୀ ପ୍ରକାଶ କୁମାର ଦାସ ସୂଚନା ଦେଇଛନ୍ତି। ତେବେ ବଡ଼ଦେଉଳି ରେ ରାସ୍ତା କାମ ଦାବିରେ ଭୋଟଦାନରୁ ବିରତି ଥିଲେ ଭୋଟର ହେଲେ ଉପଜିଲ୍ଲାପାଳ ବୁଝା ସୁଝା କରିବା ପରେ ଭୋଟଦେବା ଆରମ୍ଭ ହୋଇଥିଲା ସେହିପରି ଠାକୁରମୁଣ୍ଡା ମୁଣ୍ଡାବ୍ଳକର ଧାତକିଡ଼ିହି ଗ୍ରାମର ଲୋକେ ଭୋଟ୍ ବର୍ଜନ ପାଇଁ ନିଷ୍ପତି ନେଇଥଥିବା ବେଳେ ଉକ୍ତ କେନ୍ଦ୍ର ରେ ମାତ୍ର ୫ଟି ଭୋଟ ପଡିଥିବା ଜଣାପଡିଛି |

ସେହି ପରି ୨୪୧ଟି ପୋଲିଂ ବୁଥରେ ପାନୀୟଜଳ ର ସମସ୍ୟା ଦେଖ‌ିବାକୁ ମିଳିଛି | ବୁଥମାନଙ୍କରେ ପାଣି ଏବଂ ଔଷଧ ମହଜୁଦ୍ ରଖୁବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଥିଲେ ମଧ୍ୟ ବହୁ ଜାଗାରେ ଏହାର ବ୍ୟତିକ୍ରମ ଦେଖୁବାକୁ ମିଳିଥିଲା, ଯାହାଫଳରେ ପୋଲିଂ ପାର୍ଟି ଠୁ ଆରମ୍ଭ କରି ଭୋଟର ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଛି | ଇଭିଏମ ବନ୍ଦ ହୋଇଥିବା ୧୧ ପ୍ରାର୍ଥୀଙ୍କ ମଧ୍ୟରୁ ଶାସକ ବିଜେଡି ଦଳ ରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଭାରତୀୟ ଜନତା ଦଳ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ, କଂଗ୍ରେସ ଦଳ ର ଲକ୍ଷ୍ମୀଧର ସିଂ, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ନାଏକ , ସ୍ବାଧୀନ ପ୍ରାର୍ଥୀନି ସବିତା ରାଣୀ ନାଏକ, ଏସ.ଇଉ.ସି.ଆଇ ଦଳର ବାଜୁ ରାମ ସିଧୁ,ସ୍ଵାଧୀନ ପ୍ରାର୍ଥୀ ଯୁଗଳ ନାଏକ, ପିଥ ମାରାଣ୍ଡି, ଧୁରୁବ ଚରଣ ମାଝୀ ବାଜୁ ରାମ ସିଧୁ , ନନ୍ଦ ବାଗେ, ଓ ବହୁଜନ ମୁକ୍ତି ପାର୍ଟି ରୁ ମୋହନ ଲାଲ ସୋଏ ଙ୍କ ଭାଗ୍ୟ ବନ୍ଦ ହେଇଛି | ଜୁନ ୪ ତାରିଖରେ ଫଳାଫଳ ଫଳ ବାହାରିଲେ ଜଣାପଡିବ କିଏ ବାଜି ମାରିବ |

Leave A Reply

Your email address will not be published.