ଶିମିଳିପାଳରେ ହାତୀ ଗଣନା ବେଳେ ମହାବଳବାଘ ପାଇଲା ବନବିଭାଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଗତ ୨୨ ତାରିଖରୁ ଆରମ୍ଭ ହୋଇଛି ରାଜ୍ୟରେ ହାତୀ ଗଣନା କାର୍ଯ୍ୟକ୍ରମ। ତିନି ଦିନଧରି ଚାଲିବାକୁ ଥିବା ଏହି ହାତୀ ଗଣନା କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଜଙ୍ଗଲ ମାନଙ୍କରେ ହେବା ସହିତ ଶିମିଳିପାଳରେ ମଧ୍ୟ ଚାଲିଛି ହାତୀ ଗଣନା।

ଏହି ଗଣନା ସମୟରେ ସବୁଜ ବୀର ମାନେ ଶିମିଳିପାଳ ଜଙ୍ଗଲର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପରେ ମଞ୍ଚା ବାନ୍ଧି ରାତିରେ ରହି ହାତୀଙ୍କର ଗତିବିଧି ଲକ୍ଷ୍ୟ କରିବେ । ତା ସହିତ ଜଙ୍ଗଲ ଭିତରେ ଥିବା ବିଭିନ୍ନ ଜଳାଶୟ ମାନଙ୍କରେ ହାତୀଙ୍କର ପାଦ ଚିହ୍ନ ଦେଖି ହାତୀ ଗଣନା କାର୍ଯ୍ୟ କରିବେ ବୋଲି ଜଣାପଡିଛି। ହାତୀ ଗଣନା ଚାଲିଥିବାର କିଛି ଫଟୋ ବିଡିଓ ଆସି ସାରିଥିଲା ବେଳେ ହାତୀଙ୍କର ସଂଖ୍ୟା ମଧ୍ୟ ଖୁବଶିଘ୍ର ଆଶିଯିବାର ରହିଛି। ଏହି ହାତୀ ଗଣନା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶିମିଳିପାଳରେ ଲାଗିଥିବା ଗୋଟିଏ କ୍ୟାମେରାରେ ଦୁଇଟି ମହାବଳବାଘର ପ୍ରତିଛବି କଏଦ୍ ହୋଇଛି।

ଯେଉଁ ଫୋଟଚିତ୍ରରେ ଗୋଟିଏ କଳାବାଘ ସହିତ ଆଉ ଗୋଟିଏ ମହାବଳବାଘର ପ୍ରତିଛବି ରହିଛି। ଦୁଇଟି ଯାକ ବାଘର ଉଚ୍ଚତା ପ୍ରାୟ ସମାନ ଥିବା ଯୋଗୁଁ ଗୋଟିଏ କି ଦୁଇଟି ବାଘ ଅଛନ୍ତି ସହଜରେ ଜାଣିବା କଷ୍ଟକର।ଏହି ଦୁଇଟି ବାଘ ଏକାସାଙ୍ଗରେ ଏମିତି ଚାଲି ଚାଲି ଯାଉଛନ୍ତି ଯେ କଳାବାଘଟି ମହାବଳବାଘର ଛାଇ ଭଳି ଦେଖାଯାଉଛି। ଶିମିଳିପାଳର ଏହି କଳାଧଳା ବାଘର ଫୋଟୋ ଦେଖିବା ପରେ ଶିମିଳିପାଳ ପ୍ରେମୀଙ୍କ ମନରେ ଖୁସି ଦେଖିବାକୁ ମିଳୁଥିବା ସହିତ ଶିମିଳିପାଳରେ ହାତୀ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ମନରେ ଆସା କରାଯାଉଛି।

Leave A Reply

Your email address will not be published.