୧୯ନମ୍ୱର୍ ଜୋନରେ କଂଗ୍ରେସ ପ୍ରାର୍ଥୀଙ୍କ ପରିବର୍ତ୍ତନ ସଂକଳ୍ପ ସମାବେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୧୯ନମ୍ୱର୍ ଜୋନରେ କଂଗ୍ରେସ ପ୍ରାର୍ଥୀଙ୍କ ପରିବର୍ତ୍ତନ ସଂକଳ୍ପ ସମାବେଶ। ଯୋଗ ଦେଲେ ପିସିସି ସଭାପତି ଶରତ ପଟ୍ଟ ନାୟକ।  ଆରମ୍ଭ ହୋଇ ଯାଇଛି ବିଭିନ୍ନ ପ୍ରାର୍ଥୀ ଙ୍କ ନିର୍ବାଚନ ପ୍ରଚାର ଓ ଶୋଭା ଯାତ୍ରା କାର୍ଯ୍ୟକର୍ମ।

ବୁଧବାର ଦିନ ଅପରାହ୍ନ ରେ ଦେଖିବାକୁ ମିଳି ଥିଲା କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ଓପ୍ରାର୍ଥୀ ଅଶୋକ କୁମାର ଦାସ ଓ ସାଂସଦ ପ୍ରାର୍ଥୀ ଅନନ୍ତ ସେଠୀଙ୍କ ୧୯ ନମ୍ୱର୍ ଜିଲ୍ଲା ପରିଷଦ ଜୋନ୍ ରେ ଥିବା ବିଭିନ୍ନ ପଞ୍ଚାୟତ ରେ ଶକ୍ତି ପ୍ରଦର୍ଶନ। ହଜାର ହଜାର ସଂଖ୍ୟାରେ ସମର୍ଥକ ମାନେ ଉପସ୍ଥିତ ରହି ବିଶାଳ ବାଇକ ଶୋଭାଯାତ୍ରା ରେ ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଥିଲେ। ଏଥର ହେବ ପରିବର୍ତ୍ତନ ଓ ଅଶୋକ କୁମାର ଦାସ ବହୁ ଭୋଟ ରେ ନିର୍ବାଚିତ ହେବେ ବୋଲି ସମର୍ଥକ ମାନେ କହିଛନ୍ତି।

ଅନୁଷ୍ଟିତ ବାଇକ ଶୋଭାଯାତ୍ରା ରେ ସାଂସଦ ପ୍ରାର୍ଥୀ ଅନନ୍ତ ସେଠୀ ଙ୍କ ବାସୁଦେବପୁର ବିଧାନ ସଭା ପ୍ରାର୍ଥୀ ଅଶୋକ କୁମାର ଦାସ ଉପସ୍ଥିତ ଥିଲେ। ଅନୁଷ୍ଟିତ ପରିବର୍ତ୍ତନ ସଂକଳ୍ପ ସମାବେଶ ରେ ବ୍ଲକ୍ ସଭାପତି ରମେଶ ଚନ୍ଦ୍ର ବଳ ଙ୍କ ସଂଯୋଜନା ରେ ସଭା କାର୍ଯ୍ୟ ପରିଚାଳନା ହୋଇଥିବା ବେଳେ କଂଗ୍ରେସ ର ବହୁ ବରିଷ୍ଠ ନେତା, ଯୁବ ନେତା, ଛାତ୍ର ଓ ମହିଳା କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ। ବାସୁଦେବପୁର ରୁ ପ୍ରତାପ କୁମାର ପାଢ଼ୀ

Leave A Reply

Your email address will not be published.