ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଓଡିଶାଙ୍କ ଦ୍ବାରା ପରିଚାଳିତ ଶିଶୁ ବିକାଶ ବିଦ୍ୟା ମନ୍ଦିର ଗୁଡିକର ସମ୍ପାଦକମାନଙ୍କୁ ନେଇ ସ୍ଥାନୀୟ ସ୍ଥାନୀୟ ରେଡ଼କ୍ରସ ଭବନ ପରିସରରେ ପ୍ରାଦେଶିକ ସମ୍ପାଦକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ବିଦ୍ୟା ବିକାଶ, ନୂଆ ଦିଲ୍ଲୀର ଅଧକ୍ଷ ଜଗଦୀଶ ପଟ୍ଟନୟକ, ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ସୁଧାନିଧ୍ ରାଉତ, କାର୍ଯ୍ୟକାରୀ ଅଧକ୍ଷ ଦୁର୍ଯ୍ୟୋଧନ କାଠୁଆ, ଉପାଧ୍ୟକ୍ଷ ଶ୍ରୀହର୍ଷ ମହାପାତ୍ର, ଡ. ବିଶ୍ବ ରଞ୍ଜନ ରଥ, ସୁଧାଂଶୁ ଶେଖର ପଟ୍ଟନାୟକ, ଯୋଗଦେଇଥିଲେ ।
ପଶ୍ଚିମ ସମଭାଗର ସଂକୁଳ ସଂଯୋଜକ ଦିଗାମର ମା ଅତିଥମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପ୍ରତିଷ୍ଠାନର ସମ୍ପାଦକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଚଳିତ ଶିକ୍ଷା ବର୍ଷର ବାର୍ଷିକ କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ । ରାଜ୍ୟ ବାହାରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଉପରେ ସଂଗଠନ ସମ୍ପାଦକ ଦୁର୍ଗା ପ୍ରସାଦ ମହାନ୍ତି ମତ ରଖୁଥିଲେ । ଏହି ପରିପ୍ରେକ୍ଷୀରେ ପ୍ରତିଷ୍ଠାନର ବାର୍ଷିକ ଯୋଜନା ୨୦୨୪-୨୫ ଅତିଥ୍ ମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା ।
ସରକାରଙ୍କର ନୂତନ ଶିକ୍ଷା ନୀତି, ୨୫ % ପିଲାମାନଙ୍କୁ ମାଗଣା ଶିକ୍ଷା ଦାନ, ପ୍ରଶିକ୍ଷଣ ପ୍ରାପ୍ତ ଶିକ୍ଷକ ନିଯୁକ୍ତି, ବିଦ୍ୟାଳୟରେ ପାଠାଗାର, ଶିଶୁ ବିକାଶ ସେବା ସଂଗଠନ, ବିଜ୍ଞାନ ଉପକରଣ, କ୍ରୀଡା ଓ ଘୋଷ ସରଞ୍ଜାମ ସ୍ଥାପନ ସହ ଯୋଗ ଓ ନୈତିକ ଶିକ୍ଷା ବାଧ୍ୟତା ମୂଳକ କରାଯିବା ପାଇଁ କର୍ମଶାଳାରେ ନିଷ୍ପତି ନିଆଯାଇଥିଲା । ସଂଗଠନ ସମ୍ପାଦକ ଦୁର୍ଗା ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।