ବାଇକ୍ ରାଲିରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ନେତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରୋଡ ଶୋ ରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ନେତା।ନିଜ ଦଳର ଷ୍ଟାର ପ୍ରଚାରକ ଓ ସିନେ ତାରକା ମାନେ ପ୍ରାର୍ଥୀ ଙ୍କୁ ଧରି ପ୍ରଚାର, ବାଇକ୍ ରାଲି, ରୋଡ ଶୋ, ଶୋଭାଯାତ୍ରା କରି ଭୋଟ ଭିକ୍ଷା କରୁଛନ୍ତି।

ଆଜି ଅପରାହ୍ନ ରେ ବସ୍ତା ବିଧାୟିକା ପ୍ରାର୍ଥୀନୀ ସୁବାସିନୀ ଜେନା ବଣିଆଡିହା ପଞ୍ଚାୟତ ଠାରୁ ବିଶାଳ ବାଇକ୍ ରାଲି କରି ରୋଡ଼ ଶୋ ଚଉମୁଖ ପଞ୍ଚାୟତ ରେ ଶୋଷହେବ । ଏହି ରୋଡ଼ ଶୋ ପଞ୍ଚୁପାଲି, ଜମ୍ଭିରାଇ,ନୂଆଗାଁ,ଜଗତିପୁର, ଅଳାଡିହା ପ୍ରତାପୁର ରତାଇ ଡଗରା ପଞ୍ଚାୟତ ଅତିକ୍ରମ କରି ଚଉମୁଖ ପଞ୍ଚାୟତ ରେ ପହଞ୍ଚିଥିଲେ।

ସୁବାସିନୀ ଙ୍କ ସହିତ ସିନେ ତାରକା ରିୟା ଦେ,ଜିନା ସାମଲ,ସୈଳେନ୍ଦ୍ର ସାମନ୍ତରାୟ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଏହି ରୋଡ଼ ଶୋ ରେ ହଜାର ହଜାର ଲୋକ ନିଜକୁ ସାମିଲ ହୋଇଥିଲେ।

Leave A Reply

Your email address will not be published.