ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଧୀରେ ଧୀରେ କମୁଛି କରୋନା ପ୍ରକୋପ । ଦେଶରୁ ଧୀରେ ଧୀରେ ଉଭାନ ହେଉଛି କରୋନା ଭାଇରସ । ସଂକ୍ରମଣ ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪ହଜାର ୪୧୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ଆଉ ୬,୦୩୨ ଜଣ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି । ଦେଶରେ ଲଗାତର କରୋନା ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା ବଢ଼ୁଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ।
ବର୍ତ୍ତମାନ ଦେଶରେ ମୋଟ୍ ସକ୍ରିୟ ମାମଲା ୫୨,୩୩୬ ରହିଛି । ସେହିପରି ଦେଶରେ ଦୈନିକ ପଜିଟିଭିଟି ହାର ୧.୨୦% ରହିଛି । ବର୍ତ୍ତମାନ ପର୍ୟ୍ୟନ୍ତ ସମୁଦାୟ ୪,୩୮,୮୬,୪୯୬ ଆରୋଗ୍ୟ ହୋଇଛନ୍ତି । ସେହିପରି ଦେଶରେ ମୋଟ ୫ଲକ୍ଷ ୨୮ହଜାର ୩୦ଜଣଙ୍କ ମୃତ୍ୟୁ ଘଟିଛି । ସେପଟେ କରୋନାକୁ ମାତ୍ ଦେବା ପାଇଁ ଟିକାକରଣ ଅଭିଯାନ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ସମସ୍ତଙ୍କୁ ବୁଷ୍ଟର ଡୋଜ୍ ଦେବା ଲକ୍ଷରେ ସରକାର ରହିଛନ୍ତି । ତେବେ ଦେଶରୁ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ଏହା ଏକପ୍ରକାର ଆଶ୍ୱସ୍ତିକର ଖବର ଆଣିଛି ।