ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଇନଫୋସିଟି ଥାନା ଆଇଆଇସିଙ୍କୁ ଏକ ଅଜବ ପ୍ରକାର ଦଣ୍ଡବିଧାନ କରିଛନ୍ତି ହାଇକୋର୍ଟ । ଆସନ୍ତା ବର୍ଷେ ପର୍ଯ୍ୟନ୍ତ ଥାନାର ଆଇଆଇସିଙ୍କୁ ଫିଲ୍ଡ ପୋଷ୍ଟିଂ ପାଇଁ ବାରଣ କରିାଯାଇଛି । ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ହାଇକୋର୍ଟ ଏମିତି ଏକ ନିର୍ଦ୍ଦେଶ ଦେଇଛନ୍ତି । ଆନନ୍ଦଙ୍କ ବାପାଙ୍କ ନିକଟରୁ ଏତଲା ରକି ନଥିବାରୁ ଆଇଆଇସିଙ୍କ ଉପରେ ଭୀଷଣ କ୍ରୋଧ ଜାହିର କରିଛନ୍ତି ବିଚାରପତି । ତେଣୁ ବର୍ଷକ ପାଇଁ ତାଙ୍କୁ ଥାନା ବାରଣ କରାଯାଇଛି ।
ଏହାସହିତ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ତାଙ୍କୁ ବର୍ଷେ ପର୍ଯ୍ୟନ୍ତ ଫିଲ୍ଡ ପୋଷ୍ଟିଂ ନ ଦେବା ସହ ଟ୍ରେନିଙ୍ଗ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ପ୍ରତି ସମ୍ବେଦନଶୀଳ ହେବା ନେଇ ଟ୍ରେନିଙ୍ଗରେ ପଠାଇବାକୁ ନିର୍ଦ୍ଦେଶ ଜାରି ହୋଇଛି । ତେବେ ଡିସିପି ନିଜେ ଏହି ମାମଲାର ତଦାରଖ କରନ୍ତୁ ବୋଲି କହିଛନ୍ତି ହାଇକୋର୍ଟ । ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ନାମରେ ଅଭିଯୋଗ ଦାୟର କରାଯାଇଛି ।