ଆଜି ନିଲାମୀ ହେବ ଇଣ୍ଟରନେଟ୍ ୫-ଜି ସ୍ପେକ୍ଟ୍ରମ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସବୁ କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି । ଆଜି ନିଲାମୀ ହେବ ହାଇସ୍ପିଡ୍ ଇଣ୍ଟରନେଟ୍ ୫-ଜି ସ୍ପେକ୍ଟ୍ରମ୍ । ଏହି ନିଲାମୀ ଦୌଡରେ ୪ଟି ନାମୀଦାମୀ କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ଜିଓ, ବିଏସ୍ଏନ୍ଏଲ, ଏୟାରଟେଲ ଓ ଭୋଡାଫୋନ୍-ଆଇଡିଆ ଭଳି କମ୍ପାନୀ ମାନେ ନିଲାମୀ ରେସରେ ରହିଥିବା ଜଣାପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତୀୟ ଉପଭୋକ୍ତାଙ୍କୁ ସେପ୍ଟେମ୍ବର ସୁଦ୍ଧା କମ୍ପାନୀ ଗୁଡ଼ିକ ସେବା ଯୋଗାଇବାର ଲକ୍ଷ୍ୟ ରଖିଛି । ଏହି ୫-ଜି ସେବା ଆରମ୍ଭ ହେଲେ ଏହା ୪-ଜି ତୁଳନାରେ ୧୦ ଗୁଣା ଅଧିକ ଗତିରେ ଚାଲିବ ବୋଲି କୁହାଯାଉଛି ।

ଟେଲିକମ୍ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ରିଲିଏନ୍ସ ବା ଜିଓ ଟେଲିକମ୍ ବିଭାଗରେ ୧୪ ହଜାର କୋଟି ଟଙ୍କା ଜମା କରିଛି । ସେହିପରି ଏୟାରଟେଲ ୫,୫୦୦କୋଟି, ଭୋଡାଫୋନ୍-ଆଇଡିଆ ୨,୨୦୦କୋଟି ଓ ଆଦାନୀ ଡାଟା ନେଟଓ୍ୱାର୍କ କେବଳ ୧୦୦କୋଟି ଟଙ୍କା ଜମା କରିଥିବା ଜଣାପଡ଼ିଛି । ନିଲାମି ଦୌଡରେ ବହୁ ଆଗରେ ଜିଓ ରହିଥିବା ଦେଖିବାକୁ ମିଳିଛି । ତେବେ ଏହି ନିଲାମୀ ପ୍ରକ୍ରିୟା କେମିତି ହେଉଛି, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.