କୋଲକାତା(ଓଡ଼ିଆ ନ୍ୟୁଜ୍ ): ଚଳିତ ଆଇପିଏଲ ଏଲିମିନେଟର୍ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ମଧ୍ୟରେ କଡ଼ା ଟକ୍କ୍ର ଦେଖିବାକୁ ମିଳିବ। ଦଳର ଶେଷ ଲିଗ୍ ମ୍ୟାଚ୍ରେ ବିରାଟ କୋହଲି ଫର୍ମକୁ ଫେରି ୫୪ ବଲ୍ରୁ ୭୩ ରନ୍ କରିଥିବାରୁ ଆର୍ସିବି ଆତ୍ମବିଶ୍ବାସରେ ବଢିଯାଇଛି। ସେପଟେ କୋହଲିଙ୍କ ଫର୍ମକୁ ଫେରିବା ଲକ୍ଷ୍ନୌ ପାଇଁ ବୁମେରାଂ ପାଲଟିଛି। ଫାପ୍ ଡୁ ପ୍ଲେସିସ ବନାମ କେଏଲ୍ ରାହୁଲଙ୍କ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲାର ପରାଜିତ ଦଳକୁ ଆଗକୁ ବଢ଼ିବାକୁ ସୁଯୋଗ ମିଳିବ ନାହିଁ। କିନ୍ତୁ, ବିଜୟୀ ଦଳକୁ ପ୍ଲେ ଅଫ୍ ପ୍ରବେଶ ପାଇଁ ଦିଲ୍ଲୀ ବିପକ୍ଷରେ ମୁମ୍ବାଇର ବିଜୟ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା।
କୋହଲିଙ୍କ ସହିତ ଦୀନେଶ କାର୍ତିକଙ୍କ ଫିନିସର ଭୂମିକା ଏବଂ ଜୋସ୍ ହାଜେଲଉଡ୍, ହର୍ଷଲ ପଟେଲ୍, ୱାନିନ୍ଦୁ ହସରଙ୍ଗା ପ୍ରମୁଖଙ୍କୁ ନେଇ ଗଠିତ ଆର୍ସିବିର ବୋଲିଂ ବାହିନୀ ମଧ୍ୟ ଭଲ ରହିଛି। ସେପଟେ ବ୍ୟାଟିଂରେ ମଧ୍ୟ ଏଲ୍ଏସ୍ଜିର ପେସ୍ ଯୋଡ଼ି ଅଭେସ୍ ଖାନ୍ ଓ ମୋହସିନ୍ ଖାନ୍ ଆରସିବିର ରଣକୌଷଳକୁ ଭେଦ କରିପାରିବେ ବୋଲି ମଧ୍ୟ ବିଶ୍ବାସ ରହିଛି।