ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୭ ତାରିଖ ଶୁକ୍ରବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସର ରେ ନୂଆ କରି ନିର୍ମାଣ ହୋଇଥିବା ବହୁତଳ ପାର୍କିଂ କୁ ମୁଖ୍ୟମନ୍ତ୍ରୀ ଅପରାହ୍ନ ୫ଟା୩୦ ମିନିଟ୍ ରେ ଉଦଘାଟନ କରିବେ। ଏହି ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ। ୫ ଏକର ଜମିରେ ୩୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ରେ ୨୦୧୮ ନଭେମ୍ବର ରେ ଭୂବନେଶ୍ୱର ରାସ୍ତା ଓ ଗ୍ରୁହ ନିର୍ମାଣ ଡିଭିଜନ୍ ପକ୍ଷରୁ ତିଆରି ହୋଇ ୨୦୨୦ ଡିସେମ୍ବର ରେ ଶେଷ ହୋଇଥିଲା। ଏହି ବହୁତଳ ପାର୍କିଂ ରେ ଏକା ସହିତ ୫୮୩ ଚାରି ଚକିଆ ଏବଂ ୬୦୦ ଟି ଦୁଇଚକିଆ ଗାଡି ରହିପାରିବ।
ଏହି ପାର୍କିଂ ଏରିଆରେ ୬ ଘଣ୍ଟା ପାଇଁ ସାଇକେଲ୍ ପାର୍କିଂ ପାଇଁ ୫ ଟଙ୍କା, ଦୁଇ ଚକିଆ ଗାଡି ପାଇଁ ୨୦ ଟଙ୍କା, ତିନି ଚକିଆ ଗାଡି ପାଇଁ ୩୦ ଟଙ୍କା, ଚାରି ଚକିଆ ଗାଡି ପାଇଁ ୪୦ ଟଙ୍କା ଓ ବସ୍ ରଖିବା ପାଇଁ ୭୦ ଟଙ୍କା ଦେବାକୁ ପଡିବ। ଏଠି ଫୁଡ୍ କୋର୍ଟ ସହ, ପାଣିର ବ୍ୟବସ୍ଥା, ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ଅଲଗା ଓ୍ବାସ୍ ରୁମ୍ ସୁବିଧା, ଡିଜଟାଲ୍ ଟିକେଟ୍ ବ୍ୟବସ୍ଥା କରାଯାଇଛି। ଲଜଏହି ବହୁତଳ ପାର୍କିଂ ସେବା ଆରମ୍ଭ ହେଲେ ନନ୍ଦନକାନନ ପୋଲିସ୍ ଷ୍ଟେସନ୍ ରୁ ବାରଙ୍ଗ ବାଇପାସ୍ ରୋଡ୍ ଯାଏଁ ହେଉଥିବା ଟ୍ରାଫିକ୍ ଜାମ୍ କମ୍ ହୋଇଯିବ।