ହାତ ଛାଡ଼ି ସାଇକେଲରେ ସିବଲ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଡ଼ୁଆରେ ଦେଶର ସର୍ବପୁରାତନ ରାଜନୈତିକ ଦଳ । କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । ଆଜି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଟିକେଟରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି । ବୁଧବାର ଦିନ ଅଖିଳେଶ ଯାଦବ ଓ କପିଲ ସିବଲ ବିଧାନସଭା ପରିସରରେ ପହଂଚିଥିଲେ । ସେମାନଙ୍କ ସହ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାମଗୋପାଲ ଯାଦବ ବି ଉପସ୍ଥିତ ଥିଲେ । ଏହି ଦୁଇଜଣଙ୍କ ଉପସ୍ଥିତିରେ କପିଲ ସିବଲ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି ।

ଏହାକୁ ସିବଲଙ୍କ ପାଇଁ ସମାଜବାଦୀ ପାର୍ଟି ତରଫରୁ ଏକ ବଡ ପୁରସ୍କାର ଭାବେ ଅଭିହିତ କରାଯାଇଛି । କହିରଖୁ କି ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍ ଖାନଙ୍କ ଓକିଲ ଭାବେ ଏବେ ସେ ସୁପ୍ରିମ କୋର୍ଟରେ ମାମଲା ଲଢୁଛନ୍ତି । ଏନେଇ ଆଜମ୍ ଖାନ ମଙ୍ଗଳବାର ଦିନ କହିଥିଲେ କି ଯଦି ସମାଜବାଦୀ ପାର୍ଟି କପିଲ ସିବଲଙ୍କୁ ରାଜ୍ୟସଭା ପ୍ରାର୍ଥୀଭାବେ ମନୋନୀତ କରେ ତେବେ ସେ ଅଧିକ ଖୁସି ହେବେ ।

ସୂଚନା ଥାଉକି ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି କୋଟାରେ ୩ ଟି ଆସନ ରହିଛି । ହେଲେ ବାକି ୨ ଜଣ କିଏ କିଏ ରାଜ୍ୟସଭା ପ୍ରାର୍ଥୀ ହେବେ ସେ ନେଇ ଅଖିଳେଶ କିଛି କହି ନାହାଁନ୍ତି । ଅନୁମାନ କରାଯାଉଛି କି ଦଳ ଡିମ୍ପଲ ଯାଦବ ଓ ଜାବେଦ ଅଲ୍ଲୀ ଖାନଙ୍କୁ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛି ।

 

Leave A Reply

Your email address will not be published.