ଓଡ଼ିଆ ନ୍ୟୁଜ୍: IPL-୨୦୨୬ ଖେଳାଳି ନିଲାମରେ ଉଡ଼ୁଛି ଟଙ୍କା।ଅଷ୍ଟ୍ରେଲୀୟ ଅଲରାଣ୍ଡର କାମେରୁନ ଗ୍ରୀନ୍ଙ୍କ ଦାମ୍ ୨୫ କୋଟି ୨୦ ଲକ୍ଷ। ଗ୍ରୀନ୍ଙ୍କ ପାଇଁ CSK ସହ କଡ଼ା ଟକ୍କର ପରେ କିଣିଲା କଙ୍କର। ଶ୍ରୀଲଙ୍କାର ହାସରଙ୍ଗାଙ୍କୁ ବେସ୍ ପ୍ରାଇସ୍ ୨ କୋଟିରେ କିଣିଲା LSG। ଗ୍ରୀନ ଆଇପିଏଲ ଇତିହାସରେ ୩ୟ ସବୁଠାରୁ ମହଙ୍ଗା ଓ ସବୁଠାରୁ ମହଙ୍ଗା ବିଦେଶୀ ଆଇପିଏଲ ଖେଳାଳି ହୋଇଛନ୍ତି ।
ଚଳିତ ନିଲାମରେ ଶ୍ରୀଲଙ୍କାର ବୋଲର ମଥିଶା ପଥିରାନାଙ୍କୁ କେକେଆର ୧୮ କୋଟି ଟଙ୍କାରେ, ଭାରତୀୟ ବୋଲର ରବି ବିଷ୍ଣୋଇଙ୍କୁ ୭.୨ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ ଖରିଦ କରିଛି । ଉତ୍ତରପ୍ରଦେଶର ୨୦ ବର୍ଷୀୟ ପ୍ରଶାନ୍ତ ବୀରଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ୧୪ କୋଟି ୨୦ ଲକ୍ଷରେ କିଣିଛି । ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଗ୍ରୀନଙ୍କ ପାଇଁ ଏକ ବଡ଼ ବିଡ୍ କରିଥିଲା, କିନ୍ତୁ ଶେଷରେ KKR ବାଜି ମାରିଥିଲା। କେକେଆର ଆନ୍ଦ୍ରେ ରସେଲଙ୍କ ବଦଳ ଭାବରେ ଗ୍ରୀନଙ୍କୁ ଦେଖୁଛି।