IPS ସ୍ତରରେ ବଡ଼ ଅଦଳବଦଳ

0

ଓଡ଼ିଆ ନ୍ୟୁଜ୍: IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର।୧୭ ବରିଷ୍ଠ IPS ଅଫିସରଙ୍କୁ ବଦଳି କଲେ ସରକାର।ସନ୍ତୋଷ ବାର୍ଲାଙ୍କୁ SFSL ନିର୍ଦ୍ଦେଶକ ଦାୟିତ୍ବ।ଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ।ଗଜଭିଏ ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍‌ ପୋଲିସ IG।ସଞ୍ଜୟ କୁମାର କୌଶଲ EOW ଆଇଜି।ସେହିପରି ଅବିନାଶ କୁମାରଙ୍କୁ ଷ୍ଟେଟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ସତ୍ୟଜିତ ନାୟକଙ୍କୁ ପୋଲିସ ସେଣ୍ଟ୍ରାଲ ରେଞ୍ଜ ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ସେହିପରି ପିନାକ ମିଶ୍ରଙ୍କୁ ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ ଡିଆଇଜି ଭାବେ ନିଯୁକ୍ତି କରାଯାଇଛି।ସ୍ମିଥ ପର୍‌ମାର୍‌ଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ନିଯୁକ୍ତି କରାଯାଇଥିବା ବେଳେ ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧା ଏସ୍‌ପି ଭାବେ ନିଯୁକ୍ତି କରାଯାଇଛି।

ସେହିପରି ପ୍ରତୀକ ସିଂଙ୍କୁ ପୁରୀ ଏସ୍‌ପି ଭାବେ ନିଯୁକ୍ତି କରାଯାଇଛି।ପ୍ରତ୍ୟୁଷ ଦିବାକରଙ୍କୁ ବାଲେଶ୍ବର ଏସ୍‌ପି ଭାବେ ନିଯୁକ୍ତ ହୋଇଥିବା ବେଳେ ବୀନିତ ଅଗ୍ରୱାଲ କଟକ ଗ୍ରାମାଞ୍ଚଳ ଏସ୍‌ ଭାବେ ନିଯୁକ୍ତ କରାଯାଇଛି। ରାଜ ପ୍ରସାଦଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଭାବେ ଦାୟୀତ୍ୱ ମିଳିଥିବା ବେଳେ ଜି ରେଡ୍ଡୀ ରାଘବେନ୍ଦ୍ରଙ୍କୁ ଝାରସୁଗୁଡ଼ା ଏସ୍‌ପି ଭାବେ ନିଯୁକ୍ତି କରାଯାଇଛି। ଅଙ୍କିତ କୁମାର ବର୍ମା ଜଗତସିଂହପୁର ଏସ୍‌ପି ଭାବେ ନିଯୁକ୍ତି ହୋଇଥିବା ବେଳେ ଅମ୍ରିତପାଲ ସିଂ ନୂଆପଡ଼ା ଏସ୍‌ପି ଭାବେ ନିଯୁକ୍ତ ହୋଇଛନ୍ତି।

Leave A Reply

Your email address will not be published.