ଓଡ଼ିଆ ନ୍ୟୁଜ୍: ଶିୱାଲିକ୍’ ଜାହାଜ ପରେ ପହଞ୍ଚିଲା ‘ନନ୍ଦାଦେବୀ’।ଯୁଦ୍ଧ ମଧ୍ୟରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ପାର କରି ଆସିଲା ‘ନନ୍ଦାଦେବୀ’।ଗତକାଲି ଭାରତରେ ପହଞ୍ଚିଥିଲା ଗ୍ୟାସବାହୀ ଜାହାଜ ଶିୱାଲିକ୍।୪୬ ହଜାର ୫୦୦ ମେଟ୍ରିକ୍ ଟନ୍ LNG ନେଇ ଆସିଛି ନନ୍ଦାଦେବୀ।ବିଶ୍ବର ସବୁଠାରୁ ସମ୍ବେଦନଶୀଳ ତଥା ବିପଦଜ୍ଜନକ ଜଳପଥ ଷ୍ଟ୍ରେଟ୍ ଅଫ୍ ହର୍ମୁଜ। ପୂରା ଏରିଆକୁ ଜଗିଛି ଇରାନର ରିଭୋଲ୍ୟୁସନାରୀ ଗାର୍ଡ। ଚାରିଆଡୁ ହେଉଛି ବୋମାବର୍ଷା। ଏଭଳି ବିପଜ୍ଜନକ ଜଳପଥ ଦେଇ LPG ଜାହାଜ ନନ୍ଦାଦେବୀକୁ ଆଣିବା ବିପଦକୁ ଡାକିବା ସହ ସମାନ। କିନ୍ତୁ ଭୟକୁ ପାଣିରେ ଫୋପାଡି ନିଜ କର୍ତ୍ତବ୍ୟକୁ ଦେଶ ପାଇଁ ସମର୍ପିତ କରଥିଲେ ଧୀରଜ। ସୁରକ୍ଷିତ ଭାବେ ଜାହାଜ ଫେରିବା ପରେ ଧୀରଜଙ୍କ ପରିବାରରେ ଖୁସିର ଲହରି।
ଏଲ୍ପିଜି କଣ୍ଟେନର ଭର୍ତ୍ତି ଜାହାଜ‘ନନ୍ଦାଦେବୀ’ ୧୧ଦିନ ତଳେ ୟୁଏଇର ଏକ ପୋର୍ଟରୁ ବାହାରିଥିବା ବେଳେ ହର୍ମୁଜ ରୁଟରେ ଅଟକି ରହିଥିଲା। ସେହି ଜାହାଜର କ୍ୟାପଟେନ ଓଡ଼ିଆ ପୁଅ ଧୀରଜ। ଏହି ଜାହାଜରେ ପ୍ରାୟ ୪୬, ୦୦୦ ମେଟ୍ରିକ୍ ଟନ୍ରୁ ଅଧିକ ରନ୍ଧନ ଗ୍ୟାସ୍ ଏବଂ ଅଶୋଧିତ ତୈଳ ରହିଛି।